ଇତିହାସରେ ପ୍ରଥମ ବିନା ଛାତ୍ରଛାତ୍ରୀରେ ସରସ୍ବତୀ ପୂଜା

ଜୟପୁର: କୋଭିଡ୍ ସଂକ୍ରମଣର ଭୟ ଏବେ ବି ଲାଗି ରହିଛି। ଗୋଟିଏ ସ୍ଥାନରେ ଅଧିକା ସଂଖ୍ୟକ ଲୋକେ ଜମା ହେବା ଉପରେ ସରକାର ସ୍ବତନ୍ତ୍ର ତଥା ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି।

ଆଜି ଏହି କ୍ରମରେ ଇତିହାସରେ ପ୍ରଥମ ଘଟଣା ଘଟିଯାଇଛି। ଯେଉଁମାନଙ୍କ ପାଇଁ ଓ ଯେଉଁମାନଙ୍କ ଦ୍ବାରା ହେଉଥିବା ମା’ବୀଣାପାଣି ସରସ୍ବତୀଙ୍କ ପୂଜାରେ ଛାତ୍ରଛାତ୍ରୀଙ୍କର ଦେଖା ମିଳି ନଥିଲା। ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନଗୁଡ଼ିକରେ କେବଳ ଶିକ୍ଷକମାନେ ଅଂଶ ଗ୍ରହଣ କରି ପୂଜା କରିଥିବା ଦେଖିବାକୁ ମିଳିଥିଲା।

କିଛି ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କିଛି ମାତ୍ରାରେ ଆଜି ପୂଜା କରୁଥିବା ଦେଖିବାକୁ ମିଳିଥିଲା। ସବୁ ସାମାନ୍ୟ ସ୍ବାଭାବିକ ହୋଇଥିବାରୁ ମୂର୍ତ୍ତିକାରମାନେ ଅଧିକା ସଂଖ୍ୟାରେ ମୂର୍ତ୍ତି ନିର୍ମାଣ କରିଥିଲେ । ତେବେ ଅଧିକା ବିକ୍ରୀ ହୋଇ ନଥିବାରୁ ଏଥରକ କ୍ଷତି ସହିବାକୁ ପଢ଼ିଛି। ତେବେ ଛାତ୍ରଛାତ୍ରୀମାନେ ନୂଆ ପୋଷାକ ପିନ୍ଧି ସହରରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର