ବାଇକ୍‌ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

ରାଉରକେଲା: ହାତିବାରୀ ଥାନା ଓହ୍ଲାଣି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୂଜା ବୁଲିବାକୁ ଯାଉଥିବା ମହିଳାମାନଙ୍କୁ ଦୃତ ଗତିରେ ଯାଉଥିବା ଏକ ବାଇକ ଧକ୍କା ଦେଇଛି। ଫଳରେ ବାଇକ ଚାଳକ ଓ ୪ ମହିଳା, ମୋଟ୍‌ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହାତିବାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)କୁ ଅଣାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଲଳିତା ବଡ଼ାଇକ ନାମ୍ନୀ ଗୁରୁତର ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର