ଏମ୍‌ଭି ୪୭ ଗ୍ରାମରେ ଛୁରାମାଡରେ ଜଣେ ଆହତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମ୍‌ଭି ୪୭ ଗ୍ରାମରେ ବାସନ୍ତୀପୂଜା ସମୟରେ ଛୁରାମାଡ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଥିରେ ଏମ୍‌ଭି ୪୭ ଗ୍ରାମର ଅରୁଣ ମିତ୍ର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଏମ୍‌ଭି ୪୭ ଗ୍ରାମରେ ବାସନ୍ତୀପୂଜା ଚାଲିଥିବା ବେଳେ ଗତ ୨୮ ତାରି ରାତିରେ ମେଲୋଡି କାର୍ଯ୍ୟକ୍ରମ ହେଇଥିଲା। ସେହି ରାତିରେ ନିକଟ ଗ୍ରାମର ଲୋକ ଆସି ଗଣ୍ଡାଗୋଳ କରିଥିଲେ। ଏହାପରେ ୨୯ ତାରିଖ ରାତିରେ ଅରୁଣ ମିତ୍ର ସାନ ପୁଅ ସହ ପୂଜା ଦେଖିବା ପାଇଁ ମଣ୍ଡପ ନିକଟକୁ ଯାଇଥି‌ଲେ। କିନ୍ତୁ ମଣ୍ଡପ ନିକଟରେ ଅରୁଣଙ୍କୁ ନିକଟର ଗାଁର ଯୁବକ ମାନେ ଛୁରୀରେ ଆକ୍ରମଣ କରିଥିଲେ।

ଅରୁଣଙ୍କ ଜଙ୍ଘ ଓ ପିଠିରେ ଛୁରୀ ବାଜିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଗ୍ରାମବାସୀ ସେଠାକୁ ଦୌଡି ଆସିବା ବେଳକୁ ଛୁରାମାଡ କରିଥିବା ଯୁବକମାନେ ଫେରାର ହୋଇ ଯାଇଥିଲେ। ଅରୁଣଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏନେଇ ଅରୁଣଙ୍କ ସମ୍ପକୀୟ ଥାନାରେ ଲିଖିତ ଅଭିଯାଗ ଦେଇଛନ୍ତି। ଏନେଇ ମାଲକାନଗିରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର