ବଡ଼ଦିନ ପର୍ବ ଉପଲକ୍ଷେ ମାଲିକାପଡ଼ି ଚର୍ଚ୍ଚ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ

ଘୁ.ଉଦୟଗିରି: ଆଉ ଦୁଇ ଦିନ ପରେ ବଡ଼ଦିନ ପର୍ବ। ଖ୍ରୀଷ୍ଟିୟ ସମ୍ପ୍ରଦାୟର ଭାଇଭଉଣୀ ସାରା ବିଶ୍ୱ ସମେତ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଅଞ୍ଚଳରେ ମଧ୍ୟ ଏହି ପର୍ବ ପାଳନ କରିବାକୁ ନେଇ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଉ-ଉଉଣୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ସେମାନେ ପର୍ବକୁ ଜାକଜମକରେ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚଳେଇଥିବା ବେଳେ ଏହି ଅଂଚଳର ଚର୍ଚ୍ଚମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଆଜି ମାଳିକାପଡ଼ି ବାପଟିଷ୍ଠ ଚର୍ଚ୍ଚ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ଚର୍ଚ୍ଚ ଭିତରୁ ବାହାରି ଘୁ.ଉଦୟଗିରି ସହର ପରିକ୍ରମା କରିଥିଲା। ଦୀର୍ଘ ତିନି କିମି ରାସ୍ତାରେ ଏହି ଶୋଭାଯାତ୍ରାରେ ମାଳିକାପଡି ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ। ଶୋଭାଯାତ୍ରାରେ ବାହାରି ସେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବାଣୀ ପ୍ରଚାର କରିବା ସହ ଏହି ସମାଜରେ ମଣିଷ କିଭଳି ସ୍ନେହ-ପ୍ରେମ ଭାବରେ ନିଜର ଜୀବନ ଅତିବାହିତ କରିବା ସହ ଗରିବ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରିବେ ତା’ଉପରେ ପ୍ରଚାର କରିଥିଲେ।

ସମ୍ବନ୍ଧିତ ଖବର