ପୁଳା ପୁଳା ସମ୍ପତ୍ତି ଅମଳ କରିଥିଲେ କୃଷି ଅଧିକାରୀ !

ମାଲକାନଗିରି: କୋଟିପତି ସରକାରୀ ବାବୁଙ୍କ ସମ୍ପତ୍ତିର ବିବରଣୀ ପ୍ରକାଶ କଲେ ଭିଜିଲାନ୍ସ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ମକା ଆନନ୍ଦ ରାଓଙ୍କ ମାଲକାନଗିରି ସ୍ଥିତ ସରକାରୀ ବାସଭବନ, ନବରଙ୍ଗପୁର ସ୍ଥିତ ପୈତୃକ ବାସଭବନ ଓ ବିଶାଖାପାଟଣାରେ ଥିବା ସମ୍ପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଗତକାଲି ଚଢ଼ାଉ କରାଯାଇଥିଲା ।

ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗ ତରଫରୁ ମାଲକାନଗିରି ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ, ନବରଙ୍ଗପୁର ସ୍ଥିତ ପୈତୃକ ବାସଭବନ, ସହ ସରକାରୀ କାର୍ଯ୍ୟାଳୟକୁ ଯାଇ ଭିଜିଲାନ୍ସ ବିଭାଗ ତରଫରୁ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଚଢ଼ାଉ ସମୟରେ ନବରଙ୍ଗପୁର ସ୍ଥିତ ଏଲଆଇସି ଅଫିସ ନିକଟରେ ଥିବା ଦୁଇଟି ତିନି ମହଲା ବିଶିଷ୍ଟ ଘର ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨.୨୧ କୋଟି ଟଙ୍କା, ନଗଦ ୧ ଲକ୍ଷ ୭୫ ହଜାର ୯୫୦ ଟଙ୍କା, ୮ ଟି ପ୍ଲଟ ଥିବା ଜଣାପଡିଛି ।

ଏଥିସହ ଗୋଟିଏ ଚାରି ଚକିଆ ଗାଡି ସହ ଗୋଟିଏ ଦୁଇ ଚକିଆ ଗାଡି, ସୁନା, ରୁପାର ଅଳଙ୍କାର ଓ ବ୍ୟାଙ୍କ ଡିପୋଜିଟରେ ଆନୁମାନିକ ୧୧.୭୩ ଲକ୍ଷ ଟଙ୍କା ରହିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ । ଏହି ଚଢ଼ାଉ ରେ ତିନି ଜଣ ଡ଼ିଏସପି, ସାତ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇଥିଲେ ଓ ଆନନ୍ଦ ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର