ଘୁ.ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବ, ପ୍ରବଳ ପବନ, ସହ କୁଆପଥର ବର୍ଷା

ଗଛ ପଡ଼ି ରାସ୍ତା ଅବରୋଧ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଆଜି ସକାଳୁ ଆକାଶ ମେଘୁଆ ରହିବା ସହ ତୁହାକୁ ତୁହା ବର୍ଷା ହେବା ସହ ଅପରାହ୍ନରେ ଆକାଶରେ କଳାହାଣ୍ଡିଆ ବାଦଲ ଦେଖାଦେବା ସହ ପ୍ରବଳ ବେଗରେ ପବନ ବୋହି ଘଡଘଡି ବିଜୁଳି ମାରିବା ସହ ପ୍ରବଳ କୁଆପଥର ବର୍ଷା ଦୀର୍ଘ ଏକଘଣ୍ଟା ଧରି ହୋଇଥିଲା। ରାସ୍ତାଘାଟ ଡ୍ରେନ ବରଫମୟ ହୋଇଯାଇଥିଲା। ଦୀର୍ଘ ଘଣ୍ଟା ଧରି ବର୍ଷା ଲାଗିରହିଥିଲା। କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଆମ୍ବ, ଲିଚୁ ନଷ୍ଟ ହୋଇଥିବାବେଳେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। କୁଆପଥର ମାଡ଼ ଯୋଗୁଁ ଚାଷୀ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି।

କୁଆପଥର ମାଡ଼ରେ ବହୁ ଗରିବ ଲୋକଙ୍କ ଘର ଆଜବେଷ୍ଟ ନଷ୍ଟ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ଅପରାହ୍ନଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ପାଣି ସମସ୍ୟା ଗୁରୁତର ହେବାରେ ଲାଗିଥିବା ବେଳେ ଆଜିର ପ୍ରବଳ ବର୍ଷା ତାତି ଏବଂ ପାଣି ସମସ୍ୟାରୁ ମୁକ୍ତି ଦେଇଛି। ପ୍ରବଳ ଖରା ଯୋଗୁଁ କୂଅ ପୋଖରୀ ନାଳ ଶୁଖିଲା ପଡିଥିବାବେଳେ ଆଜି ପ୍ରବଳ ବର୍ଷା ଯୋଗୁଁ ଲୋକ ଆଶ୍ୱସ୍ତ ହୋଇଛନ୍ତି। ମାର୍ଚ୍ଚ ମାସରେ ଏହିଭଳି ଘଡଘଡି ବିଜୁଳି ପବନ ସହ ବର୍ଷା ଗ୍ରୀଷ୍ମ ଆରମ୍ଭରୁ ସମସ୍ତଙ୍କ ପାଇଁ ଖୁସି ଆଣିଛି।

ସମ୍ବନ୍ଧିତ ଖବର