ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଲକ୍ଷ୍ମୀପୁର: ଜଣେ ଯୁବତୀଙ୍କୁ ନଦୀ ତୁଠରେ ଦୁଷ୍କର୍ମ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ପୁଲିସ ସୁତ୍ରରୁ ପ୍ରକାଶ ଯେ, ଲକ୍ଷ୍ମୀପୁର ଥାନା ଅଂଚଳରେ ଜଣେ ଆଦିବାସୀ ଯୁବତୀ ପ୍ରତ୍ୟେକ ଦିନ କୁଲି କାମ କରି ପରିବାରର ଭରଣ ପୋଷଣ କରିଥାନ୍ତି। ଚଳିତ ମାସ ୨୫ ତାରିଖ ଦିନ ସବୁ ଦିନ ଭଳି ଏକ ଟ୍ରାକ୍ଟରରେ କୁଲି କାମ କରିବାକୁ ଯାଇଥିଲେ। ଘଟଣା ଦିନ ସେ ନଦୀରେ ହାତ ଗୋଡ ଧୋଇବାକୁ ନିଜର ଏକ ସାଙ୍ଗ ସହ ଯାଉଥିବା ବେଳେ ଧରଡା ଗାଁର ସୁଗ୍ରିବ ପ୍ରଧାନିଙ୍କ ପୁଅ ପ୍ରସାନ୍ତ ପ୍ରଧାନି(୩୫) ହାତ ଧରି ଟାଣି ନେଇଥିଲା।

ଅଭିଯୁକ୍ତ ଯୁବକ ନଦୀ ତୁଠରେ ହିଁ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାରକରି ଶନିବାର ଦିନ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ଉଭୟଙ୍କର ଡାକ୍ତରି ମାଇନା କରିଥିଲା। ଏନେଇ ଲକ୍ଷ୍ମୀପୁର ଥାନାରେ ଏକ ମାମଲା ରୁଜୁକରି ଆଜି ପ୍ରଶାନ୍ତକୁ କୋର୍ଟ ଚାଲାଣ୍‌ କରିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର