ଗୁଣିଗାରେଡ଼ି ସନ୍ଦେହରେ ଟ୍ରିପଲ୍‌ ମର୍ଡର: ହତ୍ୟା ପରେ ପୋତି ଦିଆଯାଇଛି ମୃତଦେହ

ରାୟଗଡ଼ା: ଅନ୍ଧବିଶ୍ୱାସକୁ କେନ୍ଦ୍ର ପୂର୍ବରୁ ବହୁ ଜୀବନ ବଳି ପଡ଼ିଥିବା ବେଳେ ଏବେ ପୁଣି ସେପରି ଏକ କରୁଣ କାହାଣୀ ସାମ୍ନାକୁ ଆସିଛି। ଗୁଣି ଗାରେଡ଼ି ସନ୍ଦେହରେ ରାୟଗଡ଼ା ଜିଲ୍ଲାର ରାମନଗୁଡ଼ା ବ୍ଲକ୍‌ ଅଞ୍ଚଳରେ ୩ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତିନି ଜଣକୁ ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ପୋଡ଼ି ଦିଆଯାଇଥିବା ସୂଚନା ରହିଛି। ଖବର ପାଇ ଗୁଣୁପୁର ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୁଲିସର ପ୍ରାଥମିକ ତଦନ୍ତରୁ ହସ୍ତଗତ ହୋଇଥିବା ରିପୋର୍ଟ ମୁତାବକ ସ୍ଥାନୀୟ ଲୋକେ ଉକୁମ୍ବାଗୁଡ଼ା ଗ୍ରାମର ସ୍ୱାମୀ, ସ୍ତ୍ରୀ ଓ ବୃଦ୍ଧାଙ୍କୁ ଗୁଣି ଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ।  ତେବେ ଏହି ୩ ଜଣ ଗତ ୨୩ ତାରିଖରୁ ନିଖୋଜ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ଗୁଣୁପୁର ଏସ୍‌ଡିପିଓ ରାଜ କିଶୋର ଦାଶ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛନ୍ତି। କୌଣସି କାରଣରୁ ଉକ୍ତ ୩ ଜଣଙ୍କୁ  ଲୋକେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇ ଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର