ଗଛକୁ ପିଟିଲା ବାଇକ୍, ଯୁଵକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କିଞ୍ଜିରକେଲା ଥାନା ଖରଲଛାପର ନିକଟରେ ଗତକାଲି ସନ୍ଧ୍ୟାରେ ଦ୍ରୁତଗତିରେ ଆସୁଥିବା ଏକ ବାଇକ୍ ରାସ୍ତାକଡ଼ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବାଇକ୍ ଆରୋହୀ ଛିଟକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତକ ହେଲେ ତଳସରା ଥାନା ଵାଲିଶଙ୍କରରା ଗୋଵିନ୍ଦ ଟପ୍ପୋ।
ସେ ଖରଲଛାପର ନିକଟ ଏକ ଗାଁରେ ମୋବାଇଲ ଦୋକାନ ଦେଇଥିବା ଵେଳେ କାମ ସାରି ବାଇକରେ ବାଲିଶଙ୍କରାକୁ ଫେରୁଥିଲେ। ଅନ୍ୟ ଏକ ବାଇକରେ ତାଙ୍କ ଭାଇ ମଧ୍ୟ ପଛେ ପଛେ ଆସୁଥିଲେ। ଵାଟରେ ଗୋଵିନ୍ଦଙ୍କ ଵାଇକ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ପଛରେ ଆସୁଥିବା ଭାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କଲାବେଳେ ସେ ଜୀବନରେ ନଥିବା ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସେ କିଞ୍ଜିରକେଲା ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି।

 

 

ସମ୍ବନ୍ଧିତ ଖବର