ବାମରା-ବଣେଇଁ ଡିଭିଜନରେ ହାତୀର ମୃତ୍ୟୁ

ବାମରା: ବାମରା-ବଣେଇଁ ଡିଭିଜନରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଯାଇଛି। ବାମରା ଡିଭିଜନରୁ ଡିଏଫଓ, ୨ ଜଣ ରେଞ୍ଜର, ଫରେଷ୍ଟର, ପ୍ରାଣୀ ଚିକିତ୍ସକ ଡାକ୍ତର ଓ ବନ ସୁରକ୍ଷା ସମିତିର ସଦସ୍ୟମାନେ ଘଟଣାସ୍ଥଳକୁ ଯାଇଥିଲେ। ୨ ଦିନ ଆଗରୁ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଶବ ବ୍ୟବଚ୍ଛେଦ ପରେ ଗାତ ଖୋଳି ପୋତି ଦିଆଯାଇଛି। ବାମରା ଏବଂ ବଣେଇଁ ଡିଭିଜନ ସୀମାବର୍ତ୍ତୀ ଇଲାକାରେ ହୋଇଛି। ମୃତ ହାତୀର ବୟସ ପ୍ରାୟ ୧୨-୧୫ ବର୍ଷ ବୋଲି ଅନୁମାନ କରାଯାଉଛି।

ଖାଦ୍ୟ ନଳୀରେ ଘା(ସେପ୍ଟିସୋମିୟା)ରୋଗରେ ଆକ୍ରାନ୍ତ ଥିଲା । ଖାଇପିଇ ନ ପାରି ଅନାହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗୁରୁଣ୍ଡିଆ ବ୍ଲକର ପ୍ରାଣୀ ଚିକିତ୍ସକ ଆସି ଶବ ବ୍ୟବଚ୍ଛେଦ କରିଛନ୍ତି। ଏସିଏଫ ଜିତେନ୍ଦ୍ର ନାୟକ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି। ପାଖ ଗାଁ ଲୋକେ ଗତକାଲି ମହୁଲ ଗୋଟାଇବାକୁ ଯାଇଥିବା କ୍ରମରେ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର