ବର୍ଷାରେ ବଢୁଛି ଚାହିଦା ମିଠା ମକାର; ସନ୍ଧ୍ୟା ହେଲେ ଜମୁଛି ଆସର

କୋରାପୁଟ: ଆଜିର ଯୁବପିଢି ଆମେରିକାର ମକା, ପପ୍‌କର୍ଣ୍ଣ ଆଦି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି ହେଲେ ଏହାର ବିକଳ୍ପ ଭାବେ ସିଝା ମକାର ସୁପରଫୁଡ ମିଠା ମକ‌ା ଖାଇବା ବେଶ ଫଳପ୍ରଦ। ମିଠା ମକା ଚାଷ ପାଇଁ କୋରାପୁଟ ଜିଲ୍ଲା ପ୍ରସିଦ୍ଧ। କୋରାପୁଟ ଜିଲ୍ଲାର କୋରାପୁଟ, ଲକ୍ଷ୍ମୀପୁର, ସେମିଳିଗୁଡା ଭଳି ବ୍ଲକରେ ଉତ୍ପାଦନ ହୁଏ ମିଠା ମକା ଓ ଏସବୁ ସହରରେ ସନ୍ଧ୍ୟା ହେଲେ ଜମେ ମିଠା ମକାର ଆସର। କିଏ ବ୍ୟାଗ ବ୍ୟାଗ ନିଅନ୍ତି ତ ଆଉ କିଏ ଆତ୍ମୀୟସ୍ୱଜନଙ୍କ ଘରକୁ ପଠାନ୍ତି ହେଲେ ସଂନ୍ଧ୍ୟାରେ ଜନ୍ମେ ସୁଇଟକର୍ଣ୍ଣର ବା ମିଠା ମକାର ପୋଡା ଚାହିଦା।

ଗରିବ ବ୍ୟବସାୟୀ ଏହି ମିଠା ମକାକୁ ପୋଡି ଦି ପଇସା ରୋଜଗାର କରୁଥିବା ବେଳେ ଚାଷୀ ବି ବେଶ ଆନନ୍ଦିତ। ପୂର୍ବରୁ ଖାଲି ମକାକୁ ଖାଇ ଲୋକେ ମଜା ନେଉଥିଲେ। କିନ୍ତୁ ଏବେ ମିଠା ମକାର ପୋଡା ମକାକୁ ଖାଇ ଲୋକେ ବେସ ଆନନ୍ଦିତ ହେବା ସହ ଘରକୁ ନେବା ଏବଂ ଆତ୍ମୀୟସ୍ୱଜନକୁ ବାହାରକୁ ପଠାଇବାରେ ଆନନ୍ଦିତ ଅଛନ୍ତି।ସାଧାରଣତଃ କୋରାପୁଟ ଜିଲ୍ଲାରେ ମିଠା ମକା ବର୍ଷାଦିନ ଓ ଶୀତ ଋତୁରେ ଉତ୍ପାଦିତ ହୋଇଥାଏ। ପରେ ଏସବୁ ଋତୁରେ ଏହି ମିଠା ମକାର ଚାହିଦା ବି ଅଛି ହେଲେ ଯୁଗ ବଦଳିବା ସହ ଚାଷ ବି ବଦଳୁଛି। ଆଉ ମିଠା ମକାର ଚାହିଦା ବି ବଢୁଛି। ଘରେ ଗ୍ୟାସ କିମ୍ବା କାଠ କୋଇଲାରେ ପୋଡି ହେଉନି ମକା ତେଣୁ ବାହାରେ କିମ୍ବା ବ୍ୟବସାୟିକ ସ୍ଥାନ ଗୁଡିକରେ ପୋଡା ମକା ମିଳିବା ଯୋଗୁଁ ଖୁସି ଅଛନ୍ତି ବୋଲି କହୁଛନ୍ତି ସହରବାସୀ। ମକା ଦେଖିଲେ ଖାଇବାକୁ ଲୋଭ ହୋଇଯାଏ।

Sambad

ବର୍ଷାଋତୁରେ କୋରାପୁଟ ସହରରେ ପ୍ରତ୍ୟେକ ଯାଗାରେ ମିଳେ ପୋଡା ମକାର ବିକ୍ରି ଆଉ ଦେଖାଯାଏ ଗ୍ରାହକଙ୍କ ଭିଡ। ସ୍ୱଳ୍ପ ଜାଳ ସହ ଅଙ୍ଗାରରେ ପୋଡା ଯାଉଥିବା ଏହି ମିଠା ମକାରେ କଞ୍ଚାଲଙ୍କା, ଲେମ୍ବୁ, ଲୁଣ ଲଗାଇ ଦୋକାନୀ ଗରମ ଗରମ ମକା ଖାଇବା ପାଇଁ ସମସ୍ତେ ମଜା ନେଉଥିବା ବେଳେ ବ୍ୟବସାୟୀ କିନ୍ତୁ ବିକ୍ରି କଲାପରେ ହେଉଛନ୍ତି ହତାଶ। ପରିଶ୍ରମ ଅନୁସାରେ ଲାଭ ମିଳୁନଥିବାରୁ ହତାଶ ହେଉଛନ୍ତି ବ୍ୟବସାୟୀ। ଅବଶ୍ୟ ପରିଶ୍ରମ ଜୈବିକ ପଦ୍ଧତିରେ ଚାଷ ତାହାବି ଗୋଟିଏ ଗଛରେ ଦୁଇଟି ମକା ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ସେମାନଙ୍କୁ ଘାଣ୍ଟୁ ଥିବା ବେଳେ ଅଙ୍ଗାର ଯୋଗାଡ କରି ମକା ପୋଡି ଗ୍ରାହକଙ୍କୁ ବିକ୍ରୀ କରିବା ବ୍ୟବସାୟୀଙ୍କୁ ବାଧୁଛି। ତଥାପି କୋରାପୁଟ ଜିଲ୍ଲାରେ ଜୈବିକ ପଦ୍ଧତିରେ ମିଠା ମକା ବା ସୁଇଟକର୍ଣ୍ଣର ଚାହିଦା ଯେ ଏତେ ବେସି ଏ ଦୃଶ୍ୟ ଦେଖିଲେ ଆପଣ ଜାଣି ପାରିବେ। ଅନ୍ୟପକ୍ଷରେ ଖାଦ୍ୟ ବିଶେଷଜ୍ଞ ମତରେ ମକା ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ କଲେଷ୍ଟ୍ରୋଲ ଓ ରକ୍ତଚାପ ନିୟନ୍ତ୍ରଣ ରହିବା ସହ ଦୃଷ୍ଟିଶକ୍ତି ବୃଦ୍ଧି ପାଏ ସେହିପରି ତ୍ୱଚା ଓ କେଶ ଭଳି ସମସ୍ୟାକୁ ଦୂର କରିବା ସହ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ରାମବାଣ ଭଳି କାମ କରେ।

 

ସମ୍ବନ୍ଧିତ ଖବର