ଟ୍ରାକ୍ଟରରୁ ନିଆଁ ବାହାରିଲା, ଧାନ ଅମଳ ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତି ପୋଡି ପାଉଁଶ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ରାଜସ୍ ଗ୍ରାମ ପଞ୍ଚାୟତ ବତିଲୋ ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ ଧାନ ଅମଳ କରୁଥିବା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଧାନ ଅମଳ ମେସିନରୁ ହଠାତ ନିଆଁ ଲାଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନା ଅନୁସାରେ, ଚିତ୍ତରଞ୍ଜନ ତାଙ୍କ ବଦଳାପଡା ମୌଜାରେ ଥିବା ଜମିରେ ଆଜି ଧାନ ଅମଳ କରୁଥିଲେ। ଅମଳ କାମ ସରି ଆସିଥିଲା। ବସ୍ତା ବସ୍ତା ଧାନ ମେସିନ ଚାରି ପଟେ ଗଦା ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୨ଟାରେ କୌଣସି କାରଣରୁ ଧାନ ଅମଳରେ ବ୍ୟବହୃତ ଟ୍ରାକ୍ଟରରୁ ନିଆଁ ବାହାରିଥିଲା। ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା।

ପାଖରେ ପାଣିର ସୁବିଧା ନଥିବାରୁ ଲୋକେ ଦର୍ଶକ ପାଲଟିଥିଲେ।  ଖବରପାଇ ବାଲିପାଟଣା ଅଗ୍ନିଶମ ବାହିନୀର ୨ଟି ଗାଡି ପହଁଞ୍ଚି ନିଆଁକୁ ଆୟତ୍ତ କରିଛି। ହେଲେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଗୋଟିଏ ଟ୍ରାକ୍ଟର, ପ୍ରାଚୀ ମେସିନ, ୫୦ ବସ୍ତାରୁ ଉର୍ଦ୍ଧ୍ବ ଧାନ ଏବଂ ପାଳ ଜଳି ପାଉଁଶ ହୋଇ ଯାଇଛି। ପୋଡି ଯାଇଥିବା ସମ୍ପତ୍ତିର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊଉର୍ଦ୍ଧ୍ବ ହେବ ବୋଲି ଆଲୋଚନା ହେଉଛି। ଅଗ୍ନି ବିପନ୍ନ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର