ଦୋକାନ ଭାଙ୍ଗି ଲୁଟିନେଲେ ମୋବାଇଲ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଚୋରି ଲୁଟ ବଢିବା ରେ ଲାଗିଛି । ଦିନ ଦିପହରେ ବନ୍ଧୁକ ମୁନରେ ଲୁଟପାଟ ହେଉଛି । ପୁଲିସ ଖୋଲା ଚ୍ୟାଲେଞ୍ଜ ଦେଲା ଭଳି ଲୁଟ କରୁଛନ୍ତି । ଗତକାଲି ରାତିରେ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ଦାମୀ ମୋବାଇଲ ଲୁଟି ନେଇଛନ୍ତି । ପୁଲିସ ଦୋକାନର ସିସିଟିଭି ହାର୍ଡଡିସ୍କ କୁ ନେଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ , ବାଲିପାଟଣା ବଜାରରେ ଶିଶୁମଠ ସାହିର କୃଷ୍ଣ ଚନ୍ଦ୍ର ଓତାଙ୍କ ପପୁଲାର ୱାଚ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଦୋକାନ ଅଛି । ତାଲା ବନ୍ଦ ଯୋଗୁଁ ଦୋକାନ ବନ୍ଦ ଅଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସାମ୍ନା କବାଟକୁ କାଟି ଦୋକାନରେ ପଶିଥିଲେ । ଭିତର କବାଟ ଭାଙ୍ଗିବା ପରେ ଦୋକାନରୁ ୩ଟି ସାମସଙ୍ଗ ସ୍ମାର୍ଟଫୋନ ଏବଂ ୪ ଟି କିପ୍ୟାଡ଼ ମୋବାଇଲ ଲୁଟେରା ଲୁଟି ନେଇଛନ୍ତି । ଆଜି ସକାଳୁ ଦୋକାନ କବାଟ ଭଙ୍ଗା ଯାଇଥିବା କଥା ଶୁଣି ପୁଲିସକୁ ସୂଚନା ଦିଆ ଯାଇଥିଲା । ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତୁରନ୍ତ ଚୋରଙ୍କୁ ଧରିବା ପାଇଁ ସାଧାରଣ ଦାବି ହେଉଛି ।

ସମ୍ବନ୍ଧିତ ଖବର