ବିକ୍ରି ହୋଇପାରିଲାନି ହାତୀ ଦାନ୍ତ, ୨ ବେପାରୀ ଗିରଫ

ବନ ବିଭାଗ ପାଖରୁ ଖସିଗଲେ ୨ ଅଭିଯୁକ୍ତ

ଦେବଗଡ଼: ବନବିଭାଗ ପକ୍ଷରୁ ଆଜି ସଡୋ ଗ୍ରାମ ନିକଟରୁ ବିକ୍ରି କରିବା ପାଇଁ ଆଣୁଥିବା ୨ଟି ହାତୀ ଦାନ୍ତ ଜବତ କରାଯିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ୨ ଜଣ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ଭୂତେଲ ଗ୍ରାମର ପବିତ୍ର ମାଝୀ(୪୧) ଓ ମନଫୁଲ ମାଝୀ(୩୨) ।

ମିଳିଥିବା ସୂଚନା ଅନୁଯାୟୀ, ହାତୀ ଦାନ୍ତ ବେପାରୀକୁ ବିକ୍ରି କରିବା ପାଇଁ ପୁର୍ବ ଯୋଜନାଅନୁଯାୟୀ, ଭୂତେଲ ଗ୍ରାମର ପବିତ୍ର ଓ ମନଫୁଲ ସଡୋ ଗ୍ରାମକୁ ଆସିଥିଲେ । ତେବେ କୌଣସି ସୁତ୍ରରୁ ବନବିଭାଗ ହାତୀ ଦାନ୍ତ ବିକ୍ରି ହେଉଥିବା ନେଇ ସୁଚନା ପାଇଥିଲେ । ଡିଏଫଓ ଶ୍ରୀମତି କ୍ଷମା ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ବନବିଭାଗର ସ୍ବତନ୍ତ୍ର ସ୍ବାର୍ଡ ଅତର୍କିତ ଭାବେ ଉକ୍ତ ସ୍ଥାନରେ ଚଢଉ କରିଥିଲେ । ବନବିଭାଗର ଚଢଉ ପରେ ସଂପୃକ୍ତ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ତେବେ ପବିତ୍ର ଓ ମନଫୁଲକୁ ବନବିଭାଗ କାବୁ କରିବାରେ ସକ୍ଷମ ହୋଇଥିଲା ଏବଂ ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରିଥିଲେ । ପବିତ୍ର ଓ ମନଫୁଲକୁ ବନବିଭାଗ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଜବତ ହାତୀ ଦାନ୍ତର ଓଜନ ୪ କେଜି ୭୦୦ ଗ୍ରାମ । ଉକ୍ତ ଚଢଉରେ ଦେବଗଡ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ରିଆମାଳ ରେଞ୍ଜ ଅଫିସର ମହେନ୍ଦ୍ର ସାହୁ, ବାରକୋଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁଙ୍କ ସମତେ ବନବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର