ସମ୍ପର୍କୀୟ ଭାଉଜଙ୍କ ଅଶ୍ଲୀଳ ଭିଡ଼ିଓ ଉଠାଇ ଭାଇରାଲ୍‌ କରିଦେଲା ଦିଅର, ଅଭିଯୋଗ ପରେ ଗିରଫ

ନରସିଂହପୁର: ଜଣେ ସମ୍ପର୍କୀୟ ଭାଉଜଙ୍କ ଅଶ୍ଲୀଳ ଭିଡ଼ିଓ ଉ‌ତ୍ତୋଳନ କରି  ଭାଇରାଲ୍‌ କରିବା ଅଭିଯୋଗରେ ନରସିଂହପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ନରସିଂହପୁର ଥାନା ଅନ୍ତଗର୍ତ ବନ୍ଧୁହୁଡ଼ା ଗ୍ରାମର ଅଶୋକ କୁମାର ମଲ୍ଲିକ(୨୫)। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଅଜାଣତରେ ସମ୍ପର୍କୀୟ ଦିଅର ଅ‌ଶୋକ ତାଙ୍କ ଅଶ୍ଲୀଳ ଭିଡ଼ିଓ ଉ‌ତ୍ତୋଳନ କରି ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ସଂପର୍କୀୟ ଦିଅରର ବ୍ଲାକମେଲିଂକୁ ଗୁରୁତ୍ବର ସହ ଗ୍ରହଣ କରି ନଥିଲେ ମହିଳା। ତେଣୁ ଅଭିଯୁକ୍ତର ପ୍ରସ୍ତାବରେ ରାଜି ହୋଇ ନ ଥିଲେ।

odishasuntimes.com

ଶାରୀରିକ ସମ୍ପର୍କ ନ ରଖିଲେ ଅଶ୍ଲୀଳ ଭିଡ଼ିଓ ଭାଇରାଲ୍‌ କରିଦେବା ପାଇଁ ଧମକ ଦେଇଥିଲା। ‌ସେ ରାଜି ନ ହେବାରୁ ସେ ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍‌ କରିଦେଇଥିଲା। ଏହାପରେ ସଂପୃକ୍ତ ମହିଳା ନରସିଂହପୁର ଥାନାରେ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗ ଆଧାରରେ ନରସିଂହପୁର ଥାନା ଅଧିକାରୀ ବିମଳ କୁମାର ବାରିକ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର