ବଙ୍ଗୋମୁଣ୍ଡା ଆଇଆଇସିଙ୍କ ଘରେ ଭିଜିଲାନ୍ସ ଟିମର ଚଢ଼ାଉ, ୩ ଲକ୍ଷ ୮୦ ହଜାର ଟଙ୍କା ଜବତ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଥାନା ବାବୁ । ଗତକାଲି ରାତିରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରାଯାଇଛି | ଆଜି ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଦଳ ପହଞ୍ଚିଥିବାବେଳେ ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରାଯାଇଛି |

ସୂଚନା ଥାଉ କି ଗତକାଲି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଏକ ସ୍ବିଫ୍ଟ ଡିଜାୟାର କାର୍‌ (ଓଡି ୧୫କେ ୬୧୧୧)ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍‌ ପାଖରେ ଗାଡ଼ି ଅଟକିବା ପରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ଗାଡ଼ିର ଯାଂଚ ଚାଲିଥିଲା।

ତାଙ୍କ ସିଟ୍‌ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ପକେଟ୍‌ରୁ ୬,୧୨୦ ଟଙ୍କା ମିଳିଥିଲା। ଚଢ଼ଉ ବେଳେ ବଲାଙ୍ଗୀର ଏବଂ ସମ୍ବଲପୁରର ଭିଜିଲାନ୍ସ ଡିଏସ୍‌ପି ସାମିଲ ଥିଲେ। ଆଉ ଗତକାଲି ଟଙ୍କା ଜବତ ପରେ ଆଜି ଥାନା ଅଧିକାରୀଙ୍କ ବାସଭବରେ ଚଢ଼ାଉ କରାଯାଇଛି |

ସମ୍ବନ୍ଧିତ ଖବର