ଏକଦିବସୀୟ ଦିବାରାତ୍ର ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ: ବାରିପଦା ଫାୟାର ଟିମ୍‌ ଚାମ୍ପିଅନ୍‌

ଔପଦା: ଔପଦା ବ୍ଲକ୍‌ ଅଘିରାପଦା ପଞ୍ଚାୟତ ଅନ୍ତର୍ଗତ କମାରପାଳ ଗ୍ରାମ ହାଟପଡ଼ିଆଠାରେ କମାରପାଳ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଏକଦିବସୀୟ ଦିବାରାତ୍ର ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ସୁରେନ୍ଦ୍ର ପ୍ରସାଦ ପୃଷ୍ଟି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। କ୍ଲବ୍‌ର ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ସୂର୍ଯ୍ୟକାନ୍ତ ରାଉତ, ସତ୍ୟପ୍ରକାଶ ବେହେରାଙ୍କ ନେତୃତ୍ୱରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।

ବାଲେଶ୍ବର କେକେ କ୍ଲବ୍‌ ଟିମ୍‌, ରାଉରକେଲା ରାଇଜିଙ୍ଗ୍‌ କ୍ଲବ୍‌ ଟିମ୍, ବାରିପଦା ଫାୟାର ଟିମ୍‌, ସାହସପୁରା ଟିମ୍‌ ପ୍ରଭୃତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌ ରାଉରକେଲା ରାଇଜିଙ୍ଗ୍‌ କ୍ଲବ୍‌ ଟିମ୍‌ ଏବଂ ବାରିପଦା ଫାୟାର୍‌ ଟିମ୍‌ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ବାରିପଦା ଫାୟାର ଟିମ୍‌ ବିଜୟ ହାସଲ କରିଥିଲା। ମ୍ୟାଚ୍‌ରେ ରେଫରି ଭାବେ ବିଦ୍ୟାଧର ପୁହାଣ ଏବଂ ମାନସ ରଞ୍ଜନ ମିଶ୍ର, ସ୍କୋରର୍‌ ଭାବେ ଶିକ୍ଷକ ନିରଞ୍ଜନ ରାଉଳ, ଶରତ କୁମାର ବେହେରା, ନିରଞ୍ଜନ ପ୍ରସାଦ ବାରିକ, ଭାଷ୍ୟକାର ଭାବେ ରତିରଞ୍ଜନ କଳାପାହାଡ଼ ଓ ଶମ୍ଭୁନାଥ ବେହେରା ଦାୟିତ୍ବରେ ଥିଲେ। କମାରପାଳ ୟୁଥ୍‌ କ୍ଲବ୍‌ର ସମସ୍ତ ସଦସ୍ୟ ଖେଳ ପରିଚାଳନା କରିଥିଲା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର