ବ୍ରହ୍ମପୁର ଠାକୁରାଣୀ ଯାତ୍ରା ପାଇଁ ୧୭ରେ ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର କେବଳ ବାଣିଜ୍ୟ କ୍ଷେତ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି ତାହାନୁହଁ ଏଠାକାର ଠାକୁରାଣୀ ଯାତ୍ରା ରାଜ୍ୟ ତଥା ଦେଶରେ ମଧ୍ୟ ଏହାର ନାମକୁ ବଜାଇ ରଖିଛି। ବ୍ରହ୍ମପୁର ଠାକୁରାଣୀ ଯାତ୍ରା କହିଲେ ରାଜ୍ୟରେ ଏକ ଚହଳ ସୃଷ୍ଟିହୁଏ। ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀସାଆନ୍ତଣୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆଜି ପୂର୍ବାହ୍ନରେ ଯାତ୍ରାର ମୁଖ୍ୟପୁରୋଧା ତଥା ପ୍ରଚଳିତ ମାବୁଢ଼ୀ ଠାକୁରାଣୀଙ୍କ ବାପା ଦେଶୀବେହେରା ଏହି ଆୟୋଜନର ସମସ୍ତ କାର୍ଯ୍ୟ ପାଇଁ ଯୋଜନା କରିଥିବା ଜଣାପଡିଛି।ପରମ୍ପରା ଅନୁଯାୟୀ ଯାତ୍ରା କରିବା ପୂର୍ବରୁ ସିନ୍ଧାନ୍ତୀ ବା ପୁରୋହିତ ଦ୍ବାରା ଦିନଧାର୍ଯ୍ୟ କରି ଶୁଭବେଳାଦେଖି ଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଥାଏ। ପ୍ରଚଳିତ ପ୍ରଥାନୁଯାୟୀ ଦେଶୀବେହେରା ଓ ସିନ୍ଧାନ୍ତୀ ମଧରେ ଆଲୋଚନା ହେବା ପରେ ଶୁଭଖୁଣ୍ଟି ଦିନ ଧାର୍ଯ୍ୟ କରାଯାଇଥାଏ।

ତେବେ ସିନ୍ଧାନ୍ତୀଙ୍କ ଗଣନାନୁଯାୟୀ ଚଳିତମାସ ୧୭ ଓ ୧୯ ଦୁଇଦିନ ଭଲ ଯୋଗଥିବା ନେଇ ସୂଚନା ଦେବା ପରେ ଯାତ୍ରାପୁରୋଧା ଦୂର୍ଗା ପ୍ରସାଦ ଦେଶିବେହେରା ୧୭ତାରିଖଟିକୁ ଧାର୍ଯ୍ୟ କରିଥିବା ନେଇ ସୂଚନା ଦେଇଛନ୍ତି। ଭି. ବାସୁଦେବ ଶାସ୍ତ୍ରୀ ସିଦ୍ଧାନ୍ତୀ ଚଳିତମାସ ୧୭ତାରିଖ ଶୁକ୍ରବାର ଦିନ ରାତି୧୦ଟାରୁ ୧୨ଟା ମଧ୍ୟରେ ବାପଘରୁ ବାହାରି ମା’ଙ୍କ ନିଜସ୍ବ ମନ୍ଦିର ପ୍ରବେଶ କରିବା ସହ ମଧ୍ୟରାତ୍ରୀ ୧୨ଟାରୁ ବିଳମ୍ବିତ ରାତ୍ରୀ ସାଢେ଼୨ଟା ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରିବା ଉପରେ ସୂଚନା ଦେଇଥିଲେ।

ସିଦ୍ଧାନ୍ତୀଙ୍କ ପରାମର୍ଶନୁଯାୟୀ ଯାତ୍ରା ପୁରୋଧା ଦେଶୀବେହେରା୧୭ତାରିଖକୁ ଧାର୍ଯ୍ୟ କରିଥିବା ନେଇ ସୂଚନା ଦେଇଛନ୍ତି। ଉକ୍ତ ଦିନ ଯାତ୍ରା ଅଞ୍ଚଳରେ ଧେଣ୍ତୁରା ଦ୍ବାରା ସମସ୍ତ ସହରବାସୀଙ୍କୁ ଅବଗତକରାଇ ମା’ଙ୍କୁ ଆଣି ଯାତ୍ରା କରିବା ନେଇ ସହରବାସୀଙ୍କୁ ସୂଚା ପ୍ରଦାନ କରିବା ସହିତ ସହଯୋଗ କାମନା କରିବେ। ଏହାପରେ ସମସ୍ତ ଜନସାଧାରଣଙ୍କ ଉପସ୍ଥିତରେ ପୁଣି ସିନ୍ଧାନ୍ତୀ ମା’ଙ୍କ ଆଗମନପାଇଁ ଶୁଭବେଳାର ସୂଚନା ପ୍ରଦାନ କରିବେ। ଏହାପରେ ପରେ ଯାତ୍ରାର ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।

୨୦୨୧ରେ ମା’ଙ୍କ ଯାତ୍ରା ନେଇ ମାର୍ଚ୍ଚ୨୨ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିବା ବେଳେ ଯାତ୍ରା ଏପ୍ରେଲ ୪ ତାରିଖରେ ମା’ ବୁଢ଼ୀ ଠାକୁରାଣୀଙ୍କ ଘଟକୁ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା। ବିଶ୍ବମହାମାରୀ କରୋନର ପ୍ରକୋପ ଯୋଗୁଁ ମା’ଙ୍କ ଯାତ୍ରା କେବଳ ବିଧୀବିଧାନ ମଧ୍ୟରେ ସୀମିତ ରଖାଯାଇ ମାତ୍ର ୧୧ଦିନ ମା’ ବାପଘରେ ରହଣି କରି ମେଲାଣି ନେଇଥିଲେ। ତେବେ ଗତ ଯାତ୍ରାରେ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିଥିବା ସହରବାସୀ ଚଳିତବର୍ଷ ମା’ଙ୍କଯାତ୍ରାକୁ ମନଭରି ଉପରେଗ କରିବା ନେଇ ଉତ୍ସାହର ସହିତ ରହିଥିବା ଦେଖିବାକୁ ମିଳିଛି। ସେ ଯାହା ହେଉ ଚଳିତବର୍ଷ କେଉଁଥିରେ ମା’ଙ୍କ ଆଗମନ ତାହାକୁ ସହରବାସୀ ଉତ୍ସୁକତା ସହ ଅପେକ୍ଷା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର