ଯୋଗିମlଲ ଉଚ୍ଚ ବିଦ୍ୟାଳୟ ପାଇବ ପ୍ରକୃତି ମିତ୍ର

ସୁନ୍ଦରଗଡ଼: ସବୁଜ ପରିବେଶ ଓ ସ୍ବଚ୍ଛତା ମଧ୍ୟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଟାଙ୍ଗରପାଲି ବ୍ଲକ୍ ଯୋଗିମାଲସ୍ଥିତ ବିଏସଡିଜିଏମ୍ ସରକାରୀ ଉଚ୍ଚ ବିଦ୍ୟାଳୟ ୨୦୨୦-୨୧ ବର୍ଷ ପାଇଁ ରାଜ୍ୟ ପ୍ରକୃତି ମିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଅଭିଭାବକଙ୍କ ଉଦ୍ୟମରେ ବିଦ୍ୟାଳୟରେ ବିଭିନ୍ନ ଔଷଧୀୟ ବୃକ୍ଷ, ଫଳ, ପୁଷ୍ପ ଓ ପନିପରିବା ବଗିଚା ଗଢ଼ି ଉଠିଛି।

ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ବଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ପ୍ରବନ୍ଧ, ଗଳ୍ପ, ଖେଳ ପ୍ରତିଯୋଗିତା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଆସୁଛି। ଏହା ଛଡ଼ା ପ୍ରତିବର୍ଷ ବୃକ୍ଷରୋପଣ ସପ୍ତାହ ପାଳନ ସହ ବିଦ୍ୟାଳୟର ପରିବେଶ ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି। ଏହାର ମୂଲ୍ୟାଙ୍କନ କରି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏହି ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ବିଦ୍ୟାଳୟର ଭାରପ୍ରlପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିରୂପମା ପଟେଲ, ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ଝସକେତନ ନାଏକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମନ ମହାନନ୍ଦିଆ ଓ ମୋ ସ୍କୁଲ ଅଭିଯାନ ସଭାପତି ସନ୍ତୋଷ କୁମାର ଷଡ଼ଙ୍ଗୀ ଜଙ୍ଗଲ ଓ ପରିବେଶ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି l

ସମ୍ବନ୍ଧିତ ଖବର