ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି: ଦାଦା ପୁଅ ଭାଇର ଗୁଳିମାଡ଼ରେ ଯୁବକ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

ଖଲ୍ଲିକୋଟ: ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଦିନ ଦ୍ଵିପ୍ରହରେ ଗୁଳି ଫୁଟିଛି। ପାରିବାରିକ କଳହ ଓ ଜମିଜମା ବିବାଦକୁ ନେଇ ଗୁଳିମାଡ଼ ହୋଇଛି। ଦାଦା ପୁଅ ଭାଇ ବଡ଼ ବାପା ପୁଅ ଭାଇକୁ ଗୁଳି ମାଡ କରିଛି ।

ସୂଚନା ଅନୁସାରେ ଜମିଜୁମା ଘଟଣାକୁ କେନ୍ଦ୍ର କରି ଭିକାପଡ଼ା ବଡଦାଣ୍ଡ ସାହିରେ ପିସ୍ତଲରେ ୪ ରାଉଣ୍ଡ ଗୁଳି ଚାଳନା ହୋଇଥିଲା। ବଡବାପା ପୁଅ ବୀରେନ ଦଳାଇ (୨୫)ଙ୍କୁ  ଦାଦା ପୁଅ ଭାଇ ସୁରଜ ଦଳାଇ ଓରଫ ବାବୁ (୨୬) ଦିନ ୨ ଟା ୩୦ ବେଳେ ଘର ଭିତରେ ପଶି ୪ ରାଉଣ୍ଡ ଗୁଳି ଚଳାଇଥିଲା । ବୀରେନଙ୍କ ଡାହାଣ ଛାତି ତଳେ, ଡାହାଣ ହାତ ବାଜୁରେ, ଡାହାଣ ହାତ ପାପୁଲିରେ ଓ ତଳି ପେଟରେ ଗୁଳି ଲାଗିଛି । ଖଲ୍ଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡିକାଲକୁ ୧୦୮ ଆମ୍ବୁଲାନ୍ସ ଯୋଗେ ରେଫର କରିଛନ୍ତି।

ସମ୍ବନ୍ଧିତ ଖବର