ଗୋଟିଏ ଟିକାର ସୁରକ୍ଷା ତଳେ ଅର୍ଧାଧିକ ଭାରତୀୟ

ଦର୍ପଣ

ଦେଶରେ ଟିକାକରଣ ଆରମ୍ଭ ହେବାର ସାଢ଼େ ସାତ ମାସ ପରେ ଅର୍ଥାତ୍ ସେପ୍ଟେମ୍ବର ୧ ସୁଦ୍ଧା ଦେଶର ପ୍ରାୟ ୫୧ କୋଟି ଲୋକଙ୍କୁ ଅତି କମ୍‍ରେ ଗୋଟିଏ ଲେଖାଏଁ ଟିକା ଦିଆଯାଇଛି। ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମୁଦାୟ ଜନସଂଖ୍ୟା ୯୩.୮ କୋଟି ହୋଇଥିବା ବେଳେ ୫୪ ପ୍ରତିଶତ ଭାରତୀୟ ଅନ୍ୟୂନ ଗୋଟିଏ ଟିକାର ସୁରକ୍ଷା ପାଇସାରିଛନ୍ତି ବୋଲି କୁହାଯାଇପାରେ। ସେହିପରି ଦୁଇଟି ଯାକ ଟିକା ପାଇଥିବା ଲୋକଙ୍କ ସଂଖ୍ୟା ହେଉଛି ୧୫.୩୨ କୋଟି।

ତଥ୍ୟ ଅନୁଯାୟୀ ସିକ୍କିମ୍ ଓ ହିମାଚଳ ପ୍ରଦେଶ ଭଳି କ୍ଷୁଦ୍ର ରାଜ୍ୟ ସମେତ ଦାଦ୍ରା ଓ ନଗର ହବେଳି, ଦାମନ ଡିଉରେ ପାଖାପାଖି ଶତ ପ୍ରତିଶତ ଜନସଂଖ୍ୟାକୁ ଅତି କମ୍‍ରେ ଗୋଟିଏ ଟିକା ମିଳିସାରିଛି। ତା’ ପଛକୁ ଉତ୍ତରାଖଣ୍ଡ, କେରଳ, ଗୁଜରାଟ ଓ ମଧ୍ୟ ପ୍ରଦେଶ ନିଜ ନିଜ ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍‌ ଟିକା ଦେଇସାରି ଦେଶର ଶୀର୍ଷ ପାଞ୍ଚଟି ସର୍ବାଧିକ ଟିକାକରଣ ହୋଇଥିବା ରାଜ୍ୟ ତାଲିକାରେ ସାମିଲ ହୋଇଛନ୍ତି। ଏହି ରାଜ୍ୟମାନଙ୍କରେ ଏକ-ଚତୁର୍ଥାଂଶରୁ ଅଧିକ ଜନସଂଖ୍ୟା ଦ୍ବିତୀୟ ଟିକା ମଧ୍ୟ ନେଇସାରିଛନ୍ତି। ଟିକାକରଣ ମାମଲାରେ ସବୁଠାରୁ ତଳେ ଥିବା ପାଞ୍ଚଟି ରାଜ୍ୟ ହେଉଛନ୍ତି ଯଥାକ୍ରମେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ବିହାର ଓ ତାମିଲନାଡୁ। ଅନ୍ୟୂନ ଆଠଟି ବଡ଼ ରାଜ୍ୟରେ ପ୍ରଥମ ଟିକା ପ୍ରଦାନର ହାର ୫୦ ପ୍ରତିଶତରୁ କମ୍ ରହିଛି। ଏ ପର୍ଯ୍ୟନ୍ତ ସମୁଦାୟ ୬୬ କୋଟି ଡୋଜ୍‌ ଟିକା ଦିଆଯାଇଥିବା ବେଳେ ଏହାର ସିଂହ ଭାଗ (୮୭%) ହେଉଛି କୋଭିସିଲ୍‍ଡ। ଅତିରିକ୍ତ ୧୨ ପ୍ରତିଶତ ଟିକା କୋଭାକ୍‌ସିନ୍‍ ଏବଂ ମାତ୍ର ୧ ପ୍ରତିଶତ ରୁଷିଆର ସ୍ପୁଟ୍‍ନିକ୍‌-ଭି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର