ଆମେରିକାରେ ମୋଦୀ

୨୦୧୫, ଜାନୁଆରି ୨୬ରେ ଭାରତର ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ବାରାକ୍‌ ଓବାମା ଉପସ୍ଥିତ ଥିଲେ। ଏଭଳି କରିବାରେ ସେ ଥିଲେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି। ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଭାରତର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗ ଦେବା କେବଳ ଦେଶ ଲାଗି ଗର୍ବର କାରଣ ହୋଇ ନ ଥିଲା, ଏହା ମଧୢ ଥିଲା ନୂଆ କରି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କ ଲାଗି ଏକ ସ୍ମରଣୀୟ ଉପଲବ୍‌ଧି। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓବାମାଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରି କହିଥିଲେ- ‘ମାଇଁ ଫ୍ରେଣ୍ତ୍‌ ବାରାକ୍‌’ ଅର୍ଥାତ୍‌ ମୋ ବନ୍ଧୁ ବାରାକ୍‌। ଏଭଳି ଏକ ଅଭିବ୍ୟକ୍ତିରେ ଥିବା ଗଭୀର ଆତ୍ମପ୍ରତ୍ୟୟ ପରବର୍ତ୍ତୀ କାଳରେ ଅବଶ୍ୟ ମୋଦୀଙ୍କ ମୁହୁର୍ମୁହୁଃ ବିଦେଶ ଗସ୍ତ କାଳରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ତଥା ବିଶ୍ବ ନେତାଙ୍କ ସହିତ ଭାବ ଆଦାନପ୍ରଦାନ ବେଳେ ଦେଖିବାକୁ ମିଳିଥିଲା। ତା’ ପରେ ୨୦୧୯। ମୋଦୀ ସରକାରର ପ୍ରଥମ ପାଳି ସରିବାର ଠିକ୍‌ ପୂର୍ବରୁ ପୁଣି ଥରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କୁ ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବକୁ ଅତିଥି ଭାବେ ଆମନ୍ତ୍ରଣ କରାଗଲା। ସେତେବେଳକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌। ତେବେ, ଟ୍ର˚ପ୍‌ଙ୍କ ପକ୍ଷରୁ ଏ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଦିଆଗଲା। ଏବ˚ ଏହା ଥିଲା ମୋଦୀ ସରକାରଙ୍କ ଲାଗି ଝୁଣ୍ଟି ପଡ଼ିଲା ଭଳି!
୨୦୧୫ର ମୋଦୀ-ଓବାମା ଭେଟ କାଳରେ ଅନେକ ମନେ ପକାଇଥିଲେ ପ୍ରଥମ ଏନ୍‌ଡିଏ ସରକାର ଅମଳରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଭାରତ ଆଗମନ କଥା। ବାଜପେୟୀଙ୍କ ପାଖରେ ମୋଦୀ ସୁଲଭ ଆଚରଣଗତ ଜାକଜମକ ନ ଥିଲା; ତା’ ସତ୍ତ୍ବେ ସେତିକି ବେଳେ ହିଁ ବୋଧହୁଏ ଭାରତ ଓ ଆମେରିକା ଭିତରେ ରହି ଆସିଥିବା ନାତିଶୀତୋଷ୍ଣ ସ˚ପର୍କ ପ୍ରଥମ ଥର ଲାଗି ଅଧିକ ଉଷ୍ମ ହେବା ଆରମ୍ଭ କରିଥିଲା। ତା’ ପରେ ଦଶ ବର୍ଷର ୟୁପିଏ ସରକାର ସମୟରେ ଭାରତ ଓ ଆମେରିକା ଦ୍ବି-ପାକ୍ଷିକ ସ˚ପର୍କ ପୁଣି ଉଷ୍ମତା ହରାଇ ଆସୁଥିଲା ବେଳେ ୨୦୧୫ରେ ମୋଦୀ ସରକାର ପୁଣି ଉତ୍ତାପକୁ ତେଜେଇ ଥିଲେ। କିନ୍ତୁ, ୨୦୧୬ରେ ଡୋନାଲ୍‌ଡ ଟ୍ର˚ପ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ପୁଣି ମନେ ହେଲା ସତେ ଯେପରି ଏ ସ˚ପର୍କ ଶିଉଳି ଭରା ପିଚ୍ଛିଳ ପାବଚ୍ଛ ଉପରେ ଛିଡ଼ା ହୋଇଛି। ଏହି ପରିପ୍ରେକ୍ଷୀରେ ଗଲା ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ମୋଦୀଙ୍କ ସପ୍ତାହେ ବ୍ୟାପୀ ଆମେରିକା ଗସ୍ତ ଭାରତ- ଆମେରିକା ଦ୍ବି ପାକ୍ଷିକ ସ˚ପର୍କ ଲାଗି କି ଭୂମିକା ଗ୍ରହଣ କରିପାରେ ତାହା ଆଲୋଚନାର ବିଷୟ ହେବା ଉଚିତ।
ଯେହେତୁ ଟ୍ର˚ପ୍‌ ଦକ୍ଷିଣପନ୍ଥୀ, ଅନେକ ମନେ କରୁଥିଲେ ଯେ ଦୁଇ ଦକ୍ଷିଣପନ୍ଥୀ ନେତାଙ୍କ ଦ୍ବାରା ଶାସିତ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ବିଶାଳ ଗଣତନ୍ତ୍ର ଭିତରେ ସ˚ପର୍କ ଆହୁରି ପଲ୍ଲବିତ ହେବ। କିନ୍ତୁ ସେଭଳି ଆଶା ଦିଶିନାହିଁ। ମୋଦୀଙ୍କ ‘ସର୍ବପ୍ରଥମେ ମାତୃଭୂମି’ ଓ ଟ୍ର˚ପ୍‌ଙ୍କ ‘ଆମେରିକା ଫାଷ୍ଟ୍’ ମନୋଭାବ ଯେ ପାରସ୍ପରିକ ବନ୍ଧୁତା ଅନୁକୂଳ ନୁହେଁ, ଏ କଥା ସ୍ପଷ୍ଟ ହେବାରେ ଲାଗିଛି। ସୁତରାଂ, ୨୦୧୫ରେ ଶାସନରେ ନୂଆ କରି ପାଦ ଦେଇଥିବା ମୋଦୀ ଏବ˚ ଶାସନରୁ ବିଦାୟ ନେଉଥିବା ବାରାକ୍‌ ଓବାମାଙ୍କ ଭିତରେ ସ୍ବତଃସ୍ଫୂର୍ତ୍ତ ବନ୍ଧୁତାର ସ୍ମୃତି ହିଁ ଭାରତୀୟମାନଙ୍କ ମାନସପଟରେ ଏକ ପ୍ରଲମ୍ବିତ ଛାଇ ଭଳି ରହିଆସିଛି। ସେହି ଦୃଷ୍ଟିରୁ ବିଚାର କଲେ ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତକୁ ନେଇ ଉଭୟ ଦେଶରେ ଜାତ ହୋଇଥିବା ପ୍ରଚୁର ଉତ୍ସାହ, ହଷ୍ଟନ୍‌ ଠାରେ ଆମେରିକାର ପ୍ରବାସୀ ଭାରତୀୟମାନଙ୍କ ବିଶାଳ ସମାବେଶରେ ଉଭୟ ମୋଦୀ ଓ ଟ୍ର˚ପ୍‌ଙ୍କ ଉପସ୍ଥିତି, ପୁଣି ସାତ ଦିନ ଭିତରେ ମୋଦୀ ଓ ଟ୍ର˚ପ୍‌ଙ୍କ ଭିତରେ ଦୁଇ ଦୁଇ ଥର ଭେଟ ହେବାର କାର୍ଯ୍ୟକ୍ରମ ଆଦି ଭାରତ- ଆମେରିକା ସ˚ପର୍କର ଆଲବମ୍‌ରେ ଆଉ ଏକ ନୂଆ ଫଟୋ ଯୋଡ଼ି ଦେବାର ସମ୍ଭାବନା ବହନ କରୁଛି।
୨୦୧୪ରେ ଆମେରିକାର ‘ମାଡିସନ ସ୍କୋୟାର ଗାର୍ଡେନ୍‌’ ଠାରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ରୂପେ ପ୍ରଥମ ଥର ଲାଗି ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୋଦୀଙ୍କ ସଭାରେ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ସ˚ଖ୍ୟା, ସମର୍ଥନ ଓ ଉତ୍ସାହ ଦୃଷ୍ଟିରୁ ଥିଲା ଅଭୂତପୂର୍ବ। ଏହା ପୂର୍ବରୁ ୧୯୮୫ରେ ଭାରତର ଯୁବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆମେରିକାରେ ପ୍ରବାସୀ ଭାରତୀୟମାନେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ସତ, କିନ୍ତୁ ମୋଦୀଙ୍କ ଚୁମ୍ବକୀୟତା ରାଜୀବଙ୍କ ଠାରେ ନ ଥିଲା। ତେଣୁ, ପରବର୍ତ୍ତୀ ଆମେରିକା ଗସ୍ତଗୁଡ଼ିକରେ ରାଜୀବ ଗାନ୍ଧୀ ପ୍ରବାସୀ ଭାରତୀୟଙ୍କ ଭିତରେ ମୋଦୀ ସୁଲଭ କ˚ପନ ସୃଷ୍ଟି କରିପାରି ନ ଥିଲେ। ମାଡିସନ ସ୍କୋୟାର ଠାରୁ ଆରମ୍ଭ କରି ଏଥରର ଟେକ୍‌ସାସ(ହଷ୍ଟନ) ପର୍ଯ୍ୟନ୍ତରେ ମୋଦୀ ତାଙ୍କ ପ୍ରତି ଆମେରିକା ଗସ୍ତରେ ଅଧିକରୁ ଅଧିକ ସମର୍ଥନ, ଅଧିକରୁ ଅଧିକ ଉଦ୍ଦୀପନା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସାଧାରଣତଃ ଆମେରିକାରେ ପଚାଶ ହଜାର ପ୍ରବାସୀ ଭାରତୀୟଙ୍କୁ ଠୁଳ କରିବାରେ ସାମର୍ଥ୍ୟ ରଖିଥାଆନ୍ତି ଭାରତୀୟ ସିନେମାର ସୁପର‌୍‌ ଷ୍ଟାର‌୍‌ମାନେ। କିନ୍ତୁ ଏବେ ସେଭଳି କିଛି କରିବାରେ ଜଣେ ରାଜନେତା ଭାବେ ସମର୍ଥ ହୋଇଛନ୍ତି ମୋଦୀ। ଏବ˚ ମୋଦୀଙ୍କ ଏହି ଲୋକପ୍ରିୟତାର ସୁଯୋଗ ନେଇ ନିଜ ସ୍ବାର୍ଥ ହାସଲ କରିବାକୁ ଆଗ୍ରହୀ ଅଛନ୍ତି ଡୋନାଲଡ ଟ୍ର˚ପ୍‌, ଯାହା ଭାରତ -ଆମେରିକା ଦ୍ବି-ପାକ୍ଷିକ ସ˚ପର୍କକୁ ନୂଆ ରଙ୍ଗ ଦେଇପାରେ।
ବିଖ୍ୟାତ ଲେଖକ ଅର୍ନେଷ୍ଟ ହେମି˚େଵଙ୍କ ଅଭିବ୍ୟକ୍ତିର ସାହାଯ୍ୟ ନେଇ ଅନେକ ମତ ଦିଅନ୍ତି ଯେ ଟ୍ର˚ପ୍‌ ହେଉଛନ୍ତି ‘ବୁଦା ଭିତରେ ପଶିଥିବା ଅନ୍ଧ ଘୁଷୁରୀ’। ‘ଚୀନା ମାଟି ଦୋକାନରେ ମାରଣା ଷଣ୍ଢ’ ବୋଲି ମଧୢ ତାଙ୍କୁ ଅଭିହିତ କରାଯାଏ। ଏହାର କାରଣ ତାଙ୍କର ଅପରିଣାମଦର୍ଶୀ ନିଷ୍ପତ୍ତି ଓ କାର୍ଯ୍ୟ, ଆଦୌ ଅନୁମାନ କରିହେଉ ନ ଥିବା ଭଳି ତାଙ୍କର ବ୍ୟକ୍ତିତ୍ବ ଏବ˚ ତାଙ୍କର ଚାରିତ୍ରିକ ଆଡ଼ବାୟା ସ୍ବଭାବ। କିନ୍ତୁ ଏବେ ପ୍ରବାସୀ ଭାରତୀୟମାନଙ୍କ ରାଲିରେ େମାଦୀଙ୍କ ସହିତ ସେ ଏକାଠି ବସିବାକୁ ରାଜି ହେବା ପରେ ଲାଗୁଛି ଯେ ତାଙ୍କର ପାଗଳାମି ଦିଗଶୂନ୍ୟ ନୁହେଁ, ଏହାର ଅନ୍ତରାଳରେ ସୁବ୍ୟବସ୍ଥିତ ଉଦ୍ଦେଶ୍ୟର ଧାରାଟିଏ ପ୍ରବାହିତ। ଯେଉଁ ନିଃଶ୍ବାସରେ ଭାରତର ପ୍ରଶ˚ସା ଓ ସେହି ନିଃଶ୍ବାସରେ ପାକିସ୍ତାନର ପ୍ରଶ˚ସା, ଆଜି ଚୀନ ସପକ୍ଷରେ ଦୁଇ ପଦ ଓ କାଲି ଚୀନର ନିନ୍ଦା ଭଳି କାର୍ଯ୍ୟ ପଛରେ ଟ୍ର˚ପ୍‌ଙ୍କର ଯେଉଁ ଉଦ୍ଦେଶ୍ୟଟି ନିହିତ ଅଛି, ତାହାକୁ କେବଳ ଦୁଇଟି ଶବ୍ଦରେ ପ୍ରକାଶ କରିହେବ- ସ୍ବାର୍ଥ ସାଧନ। ଗୋଟିଏ ସରୁ ରଶି ଉପରେ ଚାଲୁଥିବା ସର୍କସ କଳାକାର ପରି କେତେବେଳେ ବାମ ପଟକୁ ଢଳି ପଡ଼ି ତ କେତେବେଳେ ଡାହାଣକୁ ଢଳି ପଡ଼ି ସେ ନିଜ ଭାରସାମ୍ୟ ରଖିବାରେ ବ୍ୟସ୍ତ। ଉଦାହରଣ ସ୍ବରୂପ ଦକ୍ଷିଣ ଏସିଆରେ ଚୀନ ସହିତ ତାଙ୍କର ବାଣିଜ୍ୟିକ ଯୁଦ୍ଧ ଲାଗି ସେ ଭାରତକୁ ଅସନ୍ତୁଷ୍ଟ କରିବାକୁ ଚାହାନ୍ତି ନାହିଁ, ଏଣେ ଆଫଗାନିସ୍ତାନରେ ତାଲିବାନଙ୍କ ସିହିତ ମୁକାବିଲା ଲାଗି ପାକିସ୍ତାନ ସହିତ ବି ଭଲ ସ˚ପର୍କ ରଖିବାକୁ ଆଗଭର। ଏଣେ ପୁଣି ପାକିସ୍ତାନରେ ପ୍ରତିପାଳିତ ଆତଙ୍କବାଦୀମାନଙ୍କ ଯୋଗୁ ପାକିସ୍ତାନ ବି ତାଙ୍କର ଭରସାର ପାତ୍ର ନୁହେଁ। ପାକିସ୍ତାନ ଏବେ ଆମେରକୀୟ ଡଲାର ନିର୍ଭର ନ ହୋଇ ଚୀନା ୟୁଆନ୍‌ ନିର୍ଭର ହେବାକୁ ବସିଥିବା ସତ୍ତ୍ବେ ଟ୍ର˚ପ୍‌ ପାକିସ୍ତାନକୁ ପୂରାପୂରି ବର୍ଜନ ବି କରିପାରୁ ନାହାନ୍ତି! ତେବେ ଏ ସବୁ ଭିତରେ ସେ ଗୋଟିଏ ବିଷୟରେ ନିଶ୍ଚିତ ଯେ ଆମାଗୀ ନିର୍ବାଚନରେ ଜିତିବା ଲାଗି ତାଙ୍କର ଲୋଡ଼ା ମୋଦୀଙ୍କ ସମର୍ଥନ। କାରଣ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ବିଶାଳ ସ˚ଖ୍ୟକ ପ୍ରବାସୀ ଭାରତୀୟଙ୍କ ଭୋଟ୍‌ କେବଳ ମୋଦୀ ଯାଦୁ ବଳରେ ଟ୍ର˚ପ୍‌ଙ୍କ ଆଡ଼କୁ ଢଳିପାରେ। ୨୦୧୬ ନିର୍ବାଚନରେ ପ୍ରବାସୀ ଭାରତୀୟଙ୍କ ଭୋଟରୁ ମାତ୍ର ୧୬ ପ୍ରତିଶତ ଟ୍ର˚ପ୍‌ଙ୍କ ଖାତାକୁ ଆସିଥିଲା। ଏଥର ଟ୍ର˚ପ୍‌ ଅଧିକ ଆଶା କରନ୍ତି।
ମୋଦୀଙ୍କ ଏ ଆମେରିକା ଗସ୍ତର ଫଳାଫଳ କ’ଣ ହେବ ତାହା ତ ଦେଖିବାକୁ ବାକି ରହିଲା। ତେବେ, ଟ୍ର˚ପ୍‌ଙ୍କ ଚାରିତ୍ରିକ ଆଡ଼ବାୟା ପଣ ଲାଗି ହୁଏତ ଭାରତ-ଆମେରିକା ଦ୍ବି-ପାକ୍ଷିକ ସ˚ପର୍କରେ ଈପ୍‌ସିତ ଫଳ ମଧୢ ମିଳି ନ ପାରେ। ତେବେ, ଏହା ନିଶ୍ଚିତ ଯେ ୨୦୧୪ର ମାଡିସନ ସ୍କୋୟାର ଗାର୍ଡେନ୍‌ ଅନୁଭୂତି ଭଳି ୨୦୧୯ର ହଷ୍ଟନ ଅନୁଭୂତି ଅନେକ ଦିନ ପର୍ଯ୍ୟନ୍ତ ସ୍ମରଣରେ ରହିବ। ଏବ˚ ପୂର୍ବର ମୋଦୀଙ୍କ ଆମେରିକା ଗସ୍ତଗୁଡ଼ିକ ତୁଳନାରେ ରାଜନୈତିକ ଦୃଷ୍ଟିକୋଣରୁ ମଧୢ ଏହା ଅଧିକ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।

ସମ୍ବନ୍ଧିତ ଖବର