ସମସ୍ତେ ବନ୍ଧନରେ ବନ୍ଧା

କଥାଟିଏ - ଯାଯାବର

ଗୁରୁଙ୍କୁ ଥରେ ତାଙ୍କର ଶିଷ୍ୟ ପଚାରିଲେ- ଆମେ ବନ୍ଧନମୁକ୍ତ ହେବା କିପରି?

ଗୁରୁ କହିଲେ- ତାହା ମୋତେ ଜଣା ନାହିଁ।

ଶିଷ୍ୟ କହିଲେ- ଆପଣ ନି‌େଜ ବନ୍ଧନମୁକ୍ତ। ଅଥଚ, ଆପଣ କହୁଛନ୍ତି ଯେ ଆପଣଙ୍କୁ ଜଣାନାହିଁ!

ଗୁରୁ ସେତିକି ବେଳେ ଗୋଟିଏ ଗଛ ମୂଳରେ ବସିଥିଲେ। ଶିଷ୍ୟ ଜଣକ ମଧ୍ୟ ତାଙ୍କ ପାଖରେ ବସି ପଡ଼ିଲେ।

ଏବେ ଗୁରୁ ଉପରକୁ ଚାହିଁଲେ। ତା’ ପରେ ସେ ଉଠିପଡ଼ି ବଗିଚା ଭିତରକୁ ଚାଲିଲେ। ଶିଷ୍ୟ ତାଙ୍କ ପଛରେ ଚାଲିଲେ।

ଗୁରୁ କହିଲେ- ମୁଁ ଏଠାକୁ ଆସିବା ମାତ୍ରକେ ଗୁଣ୍ଡୁଚି ମୂଷାଟିଏ ମୋ ପାଖକୁ ଆସେ। ଆଜି ଆସିନାହିଁ। ତାକୁ ଆସ ଖୋଜିବା।

କିଛି ସମୟ ପରେ ସେ ଗୁଣ୍ଡୁଚିକୁ ଠାବ କରିପାରିଲେ। ଏଥର ପୁଣି ସେ ଫେରିଲେ।

ଏବେ ଶିଷ୍ୟ ପୁଣି ପଚାରିଲେ- ଆପଣ ତ ଗୁଣ୍ଡୁଚି ମୂଷାକୁ ଖୋଜି ପାଇ‌େଲ। କିନ୍ତୁ ମୁଁ ମୋ ଉତ୍ତର ପାଇଲି ନାହିଁ।

ଗୁରୁ ବିସ୍ମିତ ହୋଇ କହିଲେ- ଉତ୍ତର ଏ ଯାଏଁ ପାଇଲ ନାହିଁ? ଏତେ କାଳ ଦେଖିଲଣି ଯେ ମୁଁ କେମିତି ବନ୍ଧନରେ ବନ୍ଧା ହୋଇଛି। କେମିତି ଗୁଣ୍ଡୁଚି ମୂଷାକୁ ଖୋଜିଲି। ଅଦୃଶ୍ୟ ବନ୍ଧନ ସବୁକୁ ଦେଖିପାରୁନାହଁ?

ସଂସାରରେ କେହି ହେଲେ ସଂପୂର୍ଣ୍ଣ ବନ୍ଧନମୁକ୍ତ ନୁହେଁ। କିଛି ନା କିଛି ବନ୍ଧନ ତ ସର୍ବଦା ରହିବ।

ସମ୍ବନ୍ଧିତ ଖବର