କଞ୍ଚା କାଠ

ଗୁରୁ ୟୁଜିକେ ଥରେ କହୁଥିଲେ ଏହି କଥାଟି।

ଜଣେ ଲୋକ ରୋଷେଇ କରିବାକୁ କଞ୍ଚା କାଠ ଆଣି ନିଆଁ ଲଗାଇଲା। କିନ୍ତୁ ଭାରି ଅସୁବିଧା ହେଲା। ଧୂଆଁ ବହୁତ ହେଲା। ଭଲ ରୋଷେଇ ହେଲା ନାହିଁ। ପରଦିନ ଚୁଲିରୁ ପାଉଁଶ ଝାଡ଼ିଲା ବେଳକୁ ଦରପୋଡ଼ା କାଠର କିଛି ଅ˚ଶ ବି ବାହାରିଲା। ଯିଏ ରୋଷେଇ କରିଥିଲା ସେ ତା’ କାମରୁ ଶାନ୍ତି ପାଇଲା ନାହିଁ। ଅଧା ପୋଡ଼ା କାଠ ବି ଅବ୍ୟବହୃତ ହୋଇ ରହିଗଲା।

ଅସଲ କଥାଟି ହେଲା, ନିଜେ ଜଳି ଅନ୍ୟକୁ ଉତ୍ତାପ ଦେବା ସକାଶେ ସେ କାଠ ପ୍ରସ୍ତୁତ ହୋଇ ନ ଥିଲା। କାଠ ପୂରା ଶୁଖିଲା ଥିଲେ ରୋଷେଇ ଭଳି ମହାନ କାମଟିଏ ଭଲରେ ହୋଇଥାଆନ୍ତା। ଶୁଖିଲା କାଠରେ ଭଲ ନିଆଁ ଧରେ, ଧୂଆଁ ବାହାରେ ନାହିଁ। ରୋଷେଇ ଭଲ ହୁଏ। ସବୁ ରୋଷେଇବାସ ସରିଲା ବେଳକୁ କାଠର ସତ୍ତା ନ ଥାଏ, ତାହା ଜଳି ପାଉଁଶ ହୋଇଯାଇଥାଏ।

କଥାଟି କହି ୟୁଜିକେ କହିଲେ ଆମେ ସମସ୍ତେ କଞ୍ଚା କାଠ ଭଳି। ଜୀବନ ଯାକ ଜଳୁଛେ କିନ୍ତୁ ଅଧିକ ଧୂଆଁ ସୃଷ୍ଟି କରୁଛେ, କମ୍‌ ଉତ୍ତାପ ଦେଉଛେ। ଆମ ଦ୍ବାରା ହେଉଥିବା କାର୍ଯ୍ୟ ଅସିଦ୍ଧ ବା ଅଶିଝା ହୋଇ ରହିଯାଉଛି। ଯେଉଁମାନେ ଶୁଖିଲା କାଠରେ ପରିଣତ ହୋଇଛନ୍ତି, ଅହ˚କାରର କଞ୍ଚାପଣକୁ ତ୍ୟାଗ କରି ଜଳିବା କାମରେ ପୂରା ସମର୍ପଣ କରି ଦେଉଛନ୍ତିି, ସେମାନେ ଜଗତ୍‌କୁ ଆଲୋକ ଓ ଉତ୍ତାପ ଦେଉଛନ୍ତିି ଓ ଧୂଆଁ ସୃଷ୍ଟି କରୁ ନାହାନ୍ତି। ନିଜ ମନରୁ ଅହ˚କାରଜନିତ କଞ୍ଚା ପଣକୁ ହଟାଇ ଦେଉଥିବାରୁ ସେମାନେ ଜଳିବାରେ ନିଃଶେଷ ହୋଇଯାଉଛନ୍ତି, ଅଥଚ ସେମାନଙ୍କ ଦ୍ବାରା ହୋଇଥିବା କାମକୁ ସମସ୍ତେ ମନେ ପକାଉଛନ୍ତି, ତହିଁରୁ ଆନନ୍ଦ ଲାଭ କରୁଛନ୍ତି।

ସମ୍ବନ୍ଧିତ ଖବର