ଇଲିଆନା ଡିକ୍ରୁଜ୍ ଲୁଚିଛପି ବିବାହ କରିଛନ୍ତି କି? ପଚାରି ପଚାରି ଥକିଲେ ଫ୍ୟାନ୍
ମୁମ୍ବାଇ: କିଛି ଦିନ ତଳେ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ‘ରେଡ୍’ର ହିରୋଇନ୍ ତଥା ସାଉଥ୍ ସୁପରଷ୍ଟାର ଇଲିଆନା ଡ଼ି’କ୍ରୁଜ୍ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବିବାହ ପୂର୍ବରୁ ଇଲିଆନା ଗର୍ଭବତୀ ଥିବା ଖବର ଏବେ ଚାରିଆଡ଼େ ପ୍ରସାର ହେବାରେ ଲାଗିଛି । ଇଲିଆନା ତାଙ୍କର ବିଦେଶୀ ପ୍ରେମିକଙ୍କୁ ବିବାହ କରିଥିବା ଖବର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ବିବାହ ପୂର୍ବରୁ ଗର୍ଭବତୀ ହେବା ଖବର ପ୍ରସାର ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକା ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୂତାବକ, କିଛି ଦିନ ତଳେ ଇଲିଆନା ତାଙ୍କ ପ୍ରେମିକ ଆଣ୍ଡ୍ରିୟୁ ନିବୋନଙ୍କ ସହ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଆଣ୍ଡ୍ରିୟୁଙ୍କୁ ହବି(ସ୍ୱାମୀ)ବୋଲି ଲେଖିଥିଲେ । ଏହି ପୋଷ୍ଟ ପରେ ଇଲିଆନା ଲୁଚିକରି ବିବାହ କରିଛନ୍ତି କି ବୋଲି ତାଙ୍କୁ ପଚରା ଯିବା ପରେ ମୁଁ ଏହି ପ୍ରଶ୍ନର କ’ଣ ଉତ୍ତର ଦେବି ତାହା ଜାଣି ନାହିଁ ବୋଲି କହିଥିଲେ। ମୋର ବ୍ୟକ୍ତିଗତ ଜୀବନ ଏବେ ଖୁବ୍ ଭଲରେ ଚାଲିଛି । ମୁଁ ମୋ ବ୍ୟକ୍ତଗତ ଜୀବନ ବିଷୟରେ କାହାକୁ କହିବାକୁ ଚାହେଁନି ବୋଲି ସେ ଉତ୍ତର ଦେଇଥିଲେ । ଯେଉଁଥିରୁ ସେ ବିବାହିତ କି ନାହିଁ ତାହା ଜଣା ପଡ଼ି ନଥିଲା। ଏବେ ସେ ଢ଼ିଲା ଢ଼ିଲା ଏବଂ ହାଲ୍କା ପୋଷାକ ପିନ୍ଧୁ ଥିବାରୁ ଗର୍ଭବତୀ ଥିବା ନେଇ ଆଶଙ୍କା କରାଯାଉଛି । ତେବେ ଏ ଖବର ଉପରେ ଇଲିଆନା ତାଙ୍କର କୌଣସି ମତ ରଖି ନଥିବା ଜଣା ପଡ଼ିଛି ।