କେବିସି ସୁଟିଂ କରିଥିବାରୁ ଅମିତାଭଙ୍କୁ ପ୍ରତିବାଦ ଜଣାଇଲେ ଲୋକେ; ଜବାବ ରଖିଲେ ବିଗ୍‌ ବି

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ସାରା ଦେଶ ସ୍ଥିର ହୋଇ ଘରେ ବସିଥିବା ବେଳେ ମେଗ‌ାଷ୍ଟାର୍‌ ଅମିତାଭ ବଚ୍ଚନ ଲୋକପ୍ରିୟ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ଼ପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ‌ବୋଲି ଘୋଷଣା କରିବା ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅନେକ ବ୍ୟବହାରକାରୀ।

କରୋନାକୁ ହରାଇବା ପାଇଁ ଦେଶ ସଂକଳ୍ପବଦ୍ଧ ଥିବା ବେଳେ ସାମାଜିକ ଦୂରତ୍ବ ଭଙ୍ଗ କରି ଅମିତାଭ ଭୁଲ୍‌ କରୁଛନ୍ତି ବୋଲି କହି କିଛି ବ୍ୟବହାରକାରୀ ଟ୍ବିଟର୍‌ରେ ସ୍ବର ଉଠାଇଛନ୍ତି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅମିତାଭ।

ସେ କହିଛନ୍ତି, ‘ହଁ ମୁଁ କାମ ଆରମ୍ଭ କରିଛି। ସେଥିରେ ଆପଣଙ୍କୁ କିଛି ଅସୁବିଧା ନଜର ଆସୁଛି କି? ତା’ହେଲେ ନିଜ ଅସୁବିଧା ନିଜ ପାଖରେ ରଖନ୍ତୁ।’ ସେ ଆହୁରି ବି କହିଛନ୍ତି ଯେ ଯେତେ ସବୁ ସତର୍କତା ଅବଲମ୍ବନ କରାଯାଇ ପାରେ ତାହା କରାଯାଇଛି। ୨ ଦିନ ପାଇଁ ସ୍ଥିର ହୋଇଥିବା ସୁଟିଂ କାର୍ଯ୍ୟ ଗୋଟାଏ ଦିନରେ ଶେଷ ହୋଇଛି। ନିଜ ବ୍ଲଗ୍‌ରେ ଏପରି ଲେଖି ବିଗ୍‌ ବି ବ୍ୟବହାରକାରୀଙ୍କୁ ନିଜର ଜବାବ ଦେଇଛନ୍ତି।

ସମ୍ବନ୍ଧିତ ଖବର