ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କୁ ମିଳିଲା ଖରାପ ଖବର,ବିବାହରେ ମିଳିଥିବା ମହଙ୍ଗା ଉପହାର ହୋଇଗଲା ଚୋରି
ମୁମ୍ବାଇ : ମୁମ୍ବାଇର ବାନ୍ଦ୍ରାରେ ଥିବା ବିଳାସମୟ ବଙ୍ଗଳା ଯେଉଁଠି ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏବଂ ବ୍ୟବସାୟୀ ଆନନ୍ଦ ଆହୁଜା ବିବାହ କରିଥିଲେ, ସେହି ବଙ୍ଗଳାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏଥର କୌଣସି ହାଇ ପ୍ରୋଫାଇଲ ବିବାହ ପାଇଁ ନୁହେଁ ବରଂ ସେଠାରୁ ଚୋରି ହୋଇଥିବା ନେଇ ସୂଚନା ମିଳିଛି । ଏହି ଘରୁ ଚୋରମାନେ ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଯେଉଁ ଘରୁ ଚୋରମାନେ ସବୁ ଜିନିଷ ଚୋରି କରିଛନ୍ତି । ସେଠାରେ ସୋନମଙ୍କୁ ବିବାହରେ ମିଳିଥିବା ସବୁ ମହଙ୍ଗା ଉପହାର ରଖାଯାଇଥିଲା ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏହି ବଙ୍ଗଳାଟି ସୋନମଙ୍କ ମାଉସୀଙ୍କର ହୋଇଥିବା ବେଳେ ସୋନମ ଏଠାରୁ ନିଜ ବିବାହର ଜିନିଷ ନ ନେଇ ରଖି ଯାଇଥିଲେ । ସେପ୍ଟେମ୍ବର ୨୦ରେ ଏହି ଘଟଣା ଘଟିଥିବା ବେଳେ ସୋନମଙ୍କ ସମସ୍ତ ଜିନିଷ ଚୋରି ହୋଇ ଯାଇଥିବା ଜଣା ପଡ଼ିଛି । ସୋନମ ଖୁବ୍ ଶୀଘ୍ର ବାନ୍ଦ୍ରାରେ ଏକ ଘର କିଣି ସେଠାକୁ ସବୁ ଜିନିଷ ନେବେ ବୋଲି ଭାବି ନିଜ ମାଉସୀଙ୍କ ଘରେ ସବୁ ଜିନିଷ ରଖିଥିଲେ, ଯାହା ଏବେ ଚୋରି ହୋଇ ସାରିଛି । ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।