ମଲାଇକାଙ୍କ ପାଇଁ ଆମ୍ବ ଭର୍ତ୍ତି ପେଟି ପଠାଇଲେ ଅରବାଜ୍

ବି-ଟାଉନ୍‌ର ଫିଟନେସ୍ ଫ୍ରିକ୍ ମଲାଇକା ଅରୋରା ୪୭ ବର୍ଷ ବୟସରେ ଆଜି ବି ନିଜ ଶରୀର ପ୍ରତି ଯଥେଷ୍ଟ ସଚେତନ ଅଛନ୍ତି। ଏଥିପାଇଁ ସେ ପ୍ରତିଦିନ ଜିମ୍ ଯିବା ସହ ଘରେ ଯୋଗାଭ୍ୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳୁଛି। ପ୍ରତିଟି ମୁହୂର୍ତ୍ତକୁ ସାମାଜିକ ଗଣମାଧ୍ୟମରେ ସେୟାର୍ କରୁଥିବା ମଲାଇକା ଆଜି ଏକ ଆମ୍ବ ଭର୍ତ୍ତି ପେଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍ କରିଛନ୍ତି। କ୍ୟାପସନ୍‌ରେ ଏହା ତାଙ୍କ ପୂର୍ବ ପତି ଅରବାଜ୍ ଖାନ୍‌ଙ୍କ ଦ୍ବାରା ତାଙ୍କୁ ଉପହାର ଆକାରରେ ମିଳିଛି ବୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ମଲାଇକା ସଲମାନ୍‌ଙ୍କ ଶିଷ୍ୟ ଅର୍ଜୁନ କପୁରଙ୍କ ସହ ବୈବାହିକ ଜୀବନ ବିତାଉଛନ୍ତି। ତେବେ ଆମ୍ବ ପେଟି ଉପହାର ଆକାରରେ ପାଇବା ପରେ ମଲାଇକା ଓ ଅରବାଜ୍‌ଙ୍କ ଭିତରେ କେଉଁଠି ନା କେଉଁଠି ପ୍ରେମ ଥିବା ପ୍ରତୀତ ହେଉଛି।

ସମ୍ବନ୍ଧିତ ଖବର