‘ସ୍କାଇ ହାଇ’ରେ ଆସିମ୍-ହିମାଂଶୀ

ଟେଲିଭିଜନରେ ୧୪ଟି ସିଜିନ୍ ଧରି ପ୍ରସାରିତ ହେଇଆସୁଥିବା ମଜାଦାର ରିୟାଲିଟି ସୋ’ ‘ବିଗ୍ ବସ୍’ର ଶେଷ ସିଜିନରେ ବେଶ୍ ଲୋକପ୍ରିୟ ହେଇଛନ୍ତି ଆସିମ୍ ରିୟାଜ୍ ଓ ହିମାଂଶୀ ଖୁରାନା ଯୋଡ଼ି। କେହି କେହି ସେମାନଙ୍କୁ ‘ଆସିମାଂଶୀ’ ବୋଲି ସମ୍ବୋଧନ କରୁଛନ୍ତି। ଏ ଦୁହେଁ ସୋସିଆଲ୍ ମିଡିଆ (ଇନ୍‌ଷ୍ଟାଗ୍ରାମ୍) ରେ ମଧ୍ୟ ମଜାଦାର ଗେମ୍ ଖେଳୁଥିବାର ଦେଖିବାକୁ ମିଳୁଛି। ଏବେ ପୁଣି ଏଇ ଯୋଡ଼ି ଆଉ ଏକ ନୂଆ ଚମକ ଦେଖାଇଛନ୍ତି। ନୂଆ ଭିଡିଓ ସଙ୍ଗ୍‌ ‘ସ୍କାଇ ହାଇ’ରେ ଏ ଦୁହେଁ ହସର ହଙ୍ଗାମା ଦେଖାଇ ଦର୍ଶକଙ୍କୁ ଖୁସ୍ କରିଛନ୍ତି। ଗୀତଟିର ସ୍ବର ସଂଯୋଜନା ସହ କଣ୍ଠଦାନ କରିଛନ୍ତି ଆସିମ୍।

ଗୀତଦୃଶ୍ୟରେ ହିମାଂଶୀ ଓ ଆସିମଙ୍କ ଭାଇ ଉମର ରିୟାଜ୍ ପବନଭର୍ତ୍ତି ‌ସୁମୋ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି। ଏତେବଡ଼ ପୋଷାକ ପିନ୍ଧି ଦୁହେଁ ଏମିତି ଅଭିନୟ କରିଛନ୍ତି ଯେ ଯିଏ ଦେଖୁଛି ଚକିତ ହେଉଛି। ପୂର୍ବରୁ ଏଇ ଭିଡିଓକୁ ହିମାଂଶୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଲେଖିଛନ୍ତି, ଯାହା ଦର୍ଶକ ଚିନ୍ତା କରୁଛନ୍ତି, ସେ ତାହା କରୁଛନ୍ତି। ଏଇ ଭିଡିଓଟିକୁ ଉଭୟ ନିଜ ନିଜର ବ୍ୟକ୍ତିଗତ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ରେ ମଧ୍ୟ ଛାଡ଼ିଛନ୍ତି। ଏହି ମ୍ୟୁଜିକ୍ ଭିଡିଓଟି ଜୁଲାଇ ୧୩ ତାରିଖରେ ରିଲିଜ୍ କରିଛି। ଆକ୍ଟର-ସିଙ୍ଗର୍ ହିମାଂଶୀ-ଆସିମ୍ ‘ବିଗ୍ ବସ୍’ର ଚମକ ପରେ ଏବେ ମଜାଦାର ମ୍ୟୁଜିକ୍ ଭିଡିଓ ମାଧ୍ୟମରେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର