୪ ଥର ଆତ୍ମହତ୍ୟା ଉଦ୍ୟମ କରିବା ପରେ ଏଭଳି ଭାବେ ବଦଳିଥିଲା ‘କାଇ ପୋ ଚେ’ ଅଭିନେତା ଅମିତଙ୍କ ଭାବନା

ନୂଆଦିଲ୍ଲୀ: ‘କାଇ ପୋ ଚେ’ ଚଳଚ୍ଚିତ୍ରରେ ଦର୍ଶକଙ୍କ ନିକଟତର ହୋଇଥିବା ଅଭିନେତା ଅମିତ ସାଧ ତ‌ାଙ୍କ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥାର ଖୁଲାସା କରିଛନ୍ତି। ସେ ତାଙ୍କ ମାନସିିକ ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ କହି ତାଙ୍କୁ ୧୬ରୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ୪ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ପ୍ରକାଶ କରିଛନ୍ତି। ଅମିତ କହିଛନ୍ତି ଯେ ‘ଆତ୍ମହତ୍ୟା ଭାବନା ମୋ ମୁଣ୍ଡରେ କେବେ ନ ଥିଲା କି ମୁଁ କେବେ ଆତ୍ମହତ୍ୟା ପାଇଁ ଯୋଜନା କରିନଥିଲି। ମୁଁ ଦିନେ ସକାଳୁ ଉଠି ଆତ୍ମହତ୍ୟା କରିବାକୁ ବାହାରିଲି ଓ ଏପରି ମୁଁ ବାରମ୍ବାର କରିଚାଲିଲି।’

ସେ ଆହୁରି ବି କହିଛନ୍ତି ଯେ ତୃତୀୟ ଥର ପରେ ୪ର୍ଥ ଥରକୁ ତାଙ୍କ ମାନସିକତା ବଦଳିଗଲା ଓ ସେ କୌଣସି ବି ପରିସ୍ଥିତିରେ କେବେ ମଧ୍ୟ ହାର ମାନିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ସେଇଦିନଠାରୁ ‌ସେ ଏହିଭଳି ଭାବେ ବଢ଼ି ଆସିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପରି ଭାବେ ଚିନ୍ତାଧାରକୁ ବଦଳାଇବା ପାଇଁ ତାଙ୍କୁ ପୂରା ୨୦ ବର୍ଷ ସମୟ ଲାଗିଗଲା। ସେ ଶେଷରେ ଏହି ସିନ୍ଧାନ୍ତରେ ପହଞ୍ଚିଲେ ଯେ ‘ଏହା ଶେଷ ନୁହେଁ’। ଜୀବନ ଏକ ଉପହାର। ତେଣୁ, ଯେଉଁ ଦିନ ମୁଁ ଏହାକୁ ବୁଝିପାରିଲି ମୁଁ ବଞ୍ଚିବା ଆରମ୍ଭ କଲି ବୋଲି ସେ କହନ୍ତି। ଉଲ୍ଲେଖଯୋଗ୍ୟ, ଏହି ଅଭିନେତା ଜଣକ ଏବେ ତାଙ୍କ ୱେବ୍ ସିରିଜ୍ ‘ବ୍ରେଥ୍:‌ ଇନ୍‌ଟୁ ଦ ସ୍ୟ‌ାଡୋ’ର ସଫଳତାର ଅ‌ାନନ୍ଦ ନେଉଛନ୍ତି।

ସମ୍ବନ୍ଧିତ ଖବର