ଏକା ସାଥେ ଭେଟ ହୋଇଗଲେ ଅତୀତ ଓ ବର୍ତ୍ତମାନ; ହ୍ରିତିକ୍‌ଙ୍କ ପୂର୍ବରୁ କାହାକୁ ଡେଟ୍‌ କରୁଥିଲେ ସବା ଆଜାଦ?

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସେମାନେ ‌ଏବେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେଇଥିବା ଖବର ହସ୍ତଗତ ହୋଇଛି। ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ହ୍ରିତିକ୍‌ ତାଙ୍କ ପ୍ରେମିକା ସବାଙ୍କ ସହ ଏକ ନୂଆ ବିଲ୍ଡିଂ ‘ମନ୍ନତ୍‌’ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ବଲିଉଡ୍‌ର ହ୍ୟାଣ୍ଡ୍‌ସମ୍‌ ମ୍ୟାନ୍‌ ହ୍ରିତିକ ନିଜଠାରୁ ୧୭ ବର୍ଷ ସାନ ସବାଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କୁ କେବେ ଏକାସାଥୀରେ ଡିନର୍‌ ଡେଟ୍‌ରେ ତ ପୁଣି କେବେ ବିମାନ ବନ୍ଦରରେ ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣନ୍ତି କି ହ୍ରିତିକ୍‌ଙ୍କ ପୂର୍ବ‌ରୁ କେଉଁ ବଲିଉଡ୍‌ ତାରକାଙ୍କୁ ଡେଟ୍‌ କରୁଥିଲେ ସବା?

 

 

View this post on Instagram

 

A post shared by Manav Manglani (@manav.manglani)

ଆପଣ ଜାଣିଥିବେ ଯେ ସବା ଏହା ପୂର୍ବରୁ ଏକ ଇଲେକ୍‌ଟ୍ରୋ ଫଙ୍କ୍‌ ବ୍ୟାଣ୍ଡ୍‌ରେ କାମ କରି ସାରିଛନ୍ତି। ତାଙ୍କ ସହ ଥିଲେ ବଲିଉଡ ନସରୁଦ୍ଦିନ ଶାହାଙ୍କ ପୁଅ ଇମାଦ ଶାହ। ସବା ତାଙ୍କୁ ଡେଟ୍‌ କରୁଥିଲେ ବୋଲି ସୂଚନା ରହିଛି। ମାତ୍ର ୨୦୨୦ ମସିହାରେ ଦୁହେଁ ବ୍ରେକ୍‌-ଅପ୍‌ କରି ଦେଇଥିଲେ। ମାତ୍ର ଦୁହେଁ ଏବେ ବି ଖୁବ୍ ଭଲ ବନ୍ଧୁ।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ହ୍ରିତିକ୍‌, ସବ‌ା ଓ ଇମାଦଙ୍କୁ ଏକାସାଥୀରେ ଦେଖିବାକୁ ମିଳିଛି। ଇମାଦ ଓ ହ୍ରିତିକ୍‌ ଏହି ଫଟୋରେ ଦୁହେଁ ଦୁହିଁଙ୍କୁ ଆ‌ଲିଙ୍ଗନ କରୁଥିବାର ବି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର