ପୁଲଓ୍ଵାମା ଆକ୍ରମଣ ବେଳେ ଚୁପ୍‌ ଥିବା ଏହି ଅଭିନେତା ନ୍ୟୁଜିଲ୍ୟାଣ୍ଡ୍‌ ମସଜିଦ୍‌ ଆକ୍ରମଣରେ ଦୁଃଖ ପ୍ରକାଶ କଲେ

ମୁମ୍ବାଇ: ପୁଲଓ୍ଵାମା ଆକ୍ରମଣ ପରେ ଏବେ ପୂରା ବିଶ୍ୱର ନଜର ନ୍ୟୁଜିଲ୍ୟାଣ୍ଡ୍‌ ମସଜିଦ୍‌ ଆକ୍ରମଣ ଉପରେ। ଏହି ଆକ୍ରମଣକୁ ବିଭିନ୍ନ ଆଡୁ ନିନ୍ଦା ହୋଇଛି। ସାଧାରଣ ଲୋକରୁ ନେଇ ବଲିଉଡ୍‌ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ଆକ୍ରମଣକୁ ସମାଲୋଚନା କରିବାରେ ଲାଗିଛନ୍ତି। ଏହି ଆକ୍ରମଣକୁ ନିନ୍ଦା କରି ମୁହଁ ଖୋଲିଛନ୍ତି ଅନେକ ବଲିଉଡ୍‌ ଅଭିନେତା। ନ୍ୟୁଜିଲ୍ୟାଣ୍ଡ୍‌ରେ ହୋଇଥିବା ଗୁଳିକାଣ୍ଡକୁ ପାକିସ୍ତାନ ଅଭିନେତା ଅଲ୍ଲି ଜାଫର୍‌ ନିନ୍ଦା କରିବା ଘଟଣା ପୁଲଓ୍ଵାମା ଆକ୍ରମଣ ପ୍ରତି ତାଙ୍କର ନୀରବତାକୁ ମନେ ପକାଇ ଦେଉଛି।

ଗତ ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲଓ୍ଵାମା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଥିବା ବେଳେ ଚୁପ୍‌ ରହିଥିଲେ ପାକିସ୍ତାନୀ। ଏହି ଆକ୍ରମଣ ପାକ୍‌ର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ କରିଥିବାରୁ ଆକ୍ରମଣ ବିରୋଧରେ ପାକିସ୍ତାନର ବଲିଉଡ୍‌ କଳାକାରମାନେ ବି ପଦୁଟିଏ ମୁହଁ ଖୋଲି ନଥିଲେ।

ଏବେ ଅଲ୍ଲି ଜାଫର୍‌ ନ୍ୟୁଜିଲ୍ୟାଣ୍ଡ୍‌ ଗୁଳିକାଣ୍ଡକୁ ନିନ୍ଦା କରି ଯେଉଁ ଟୁଇଟ୍‌ କରିଛନ୍ତି ତାହା ଚର୍ଚ୍ଚା ପାଲଟିଛି। ଅଲ୍ଲି ଟୁଇଟ୍‌ କରି ଲେଖିଛନ୍ତି, ‘ସମ୍‌ଜିଦ୍‌ରେ ପ୍ରାର୍ଥନା କରୁଥିବା ସମୟରେ ନିରୀହ ମୁସ୍‌ଲମାନ ମରୁଥିବାର ଦେଖିଲି। ମନକୁ ଅଶାନ୍ତ କରିବା ପରି ଭିଡିଓଟି। ଭଲ ହେବ ଯଦି ବିଶ୍ୱ ଏହାକୁ ‘ହିଂସା’ କିମ୍ବା ‘ଆତଙ୍କବାଦୀ କାର୍ଯ୍ୟ’ କହିବ।’

ସମ୍ବନ୍ଧିତ ଖବର