ମୁମ୍ବାଇ: ପ୍ରଯୋଜକ ବୋନି କପୁର୍ ଆଜି ତାଙ୍କର ୨୨ ତମ ବିବାହ ବାର୍ଷିକୀ ଅବସରେ ନିଜର ଦିବଂଗତ ପତ୍ନୀଙ୍କୁ ମନେ ପକାଇଛନ୍ତି। ସେ ଟୁଇଟର୍ରେ ପତ୍ନୀ ଶ୍ରୀଦେବୀଙ୍କର ଏକ ଭିଡିଓ ସେୟାର୍ କରି ଲେଖିଛନ୍ତି ‘ମୋ ପତ୍ନୀ, ମୋ ସାଥୀ, ମୋ ପ୍ରେମ ତୁମେ ମୋ ସହ ସବୁବେଳେ ରହିବ।’ ସେ ତାଙ୍କର ବିବାହ ବାର୍ଷିକୀ ଅବସରରେ ଶ୍ରୀଦେବୀ ନିଜ ପରିବାର ସହ ବିତାଇଥିବା କିଛି ଭଲ ମୁହୂର୍ତ୍ତର ଭିଡିଓକୁ ସେୟାର୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭିଡିଓ ଦେଖି ଶ୍ରୀଦେବୀ ଜଣେ ବିନ୍ଦାସ ମହିଳା ଓ ସେ ସବୁବେଳେ ମଜାକିଆ ଅନ୍ଦାଜରେ ରହୁଥିଲ ବୋଲି ଅନୁମାନ ଲଗାଇ ହେଉଛି।
Today would have been our 22nd wedding anniversary. Jaan… My wife, my soulmate, the epitome of love, grace , warmth and laughter lives within me forever… pic.twitter.com/0XWhFIvOvz
— SRIDEVI BONEY KAPOOR (@SrideviBKapoor) June 2, 2018
ବୋନି କପୁର ଓ ଶ୍ରୀଦବୀଙ୍କ ମଧ୍ୟରେ ଉତ୍ତମ ବୈବାହିକ ଥିଲେ ବି ଦୁର୍ଭଗ୍ୟକୁ ସେମାନେ ଆଉ ପରସ୍ପର ସହ ବେଶି ସମୟ ବିତାଇ ପାରିଲେ ନାହିଁ। ଚଳିତବର୍ଷ ଫେବ୍ରୁଆରି ୨୪ ତାରିଖରେ ଦୁବାଇଠାରେ ଶ୍ରୀଦେବୀଙ୍କ ପରଲୋକ ହେବା ଘଟଣା ଏବେ ବି ସିନେ ପ୍ରେମୀ ଭୁଲି ପାରିନାହାନ୍ତି।
ତାମିଲନାଡୁରେ ଜନ୍ମ ହୋଇଥିବା ଶ୍ରୀଦେବୀ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସିନେ ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।