ଟୁଇଟରରେ ନିଜର ନାଁ ବଦଳାଇଲେ ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ବାଇ: ଫିଲ୍ମ ‘ଛପାକ୍’ ରିଲିଜ୍ ହେବା ପରେ ଟୁଇଟରରେ ନିଜର ନାଁ ବଦଳାଇ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଫିଲ୍ମରେ ତାଙ୍କର ଚରିତ୍ରର ନାଁ ମାଲତୀ ଥିବା ବେଳେ ସେ ନିଜ ଟୁଇଟର ଆକାଉଣ୍ଟରେ ମଧ୍ୟ ନିଜ ନାଁ ମାଲତୀ ରଖିଥିବା ଦେଖାଯାଇଛି। ନାଁ ସହ ପ୍ରୋଫାଇଲ ଫଟୋରେ ଫିଲ୍ମର ପୋଷ୍ଟର ରଖିଥିବା ଦେଖାଯାଇଛି। ଟୁଇଟର ସହ ଇନଷ୍ଟା ଆକାଉଣ୍ଟର ନାଁ ମଧ୍ୟ ଦୀପିକା ମାଲତୀ ରଖିଥିବା ଦେଖିବାକୁ ମିଳିଛି।

दीपिका ने Twitter पर बदला अपना नाम
oneindia.com

ସୂଚନା ମୁତାବକ, ଫିଲ୍ମ ରିଲିଜ୍ ପୂର୍ବରୁ ଦୀପିକା ଜେଏନୟୁ ଛାତ୍ର-ଛାତ୍ରୀଙ୍କ ଧାରଣାରେ ସାମିଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ଲୋକେ ତାଙ୍କ ଫିଲ୍ମକୁ ବଏକଟ କରିବା ଆରମ୍ଭ କରିବା ସହ ଆଗରୁ ବୁକ୍ କରିଥିବା ଟିକେଟକୁ ରଦ୍ଦ କରିବା ଆରମ୍ଭ କରିଥିଲେ। ଯାହାଦ୍ବାରା ରିଲିଜ ପରେ ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ିଥିଲା। ତେବେ ଧିରେ ଧିରେ ଲେ‌ାକେ ଫିଲ୍ମକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି। ଏହା ସହ ବକ୍ସ ଅଫିସରେ ଫିଲ୍ମର ଆୟ ମଧ୍ୟ ବଢ଼ିବ‌ାରେ ଲାଗିଛି।

ସମ୍ବନ୍ଧିତ ଖବର