ବିବାଦରେ ଦୀପିକ‌ା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍’, ଆସିଲା ସ୍କ୍ରିପ୍ଟ ଚୋରିର ଆରୋପ

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିବାଦରେ ଛନ୍ଦି ହୋଇଛି ଫିଲ୍ମ ‘ଛପାକ’। ଫିଲ୍ମରେ ଏସିଡ୍ ଆକ୍ରମଣର ଶିକାର ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଦେଖାଯାଇଥିବା ବେଳେ ଫିଲ୍ମରେ ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ତେବେ ଫିଲ୍ମର ଟ୍ରେଲର ସହ ରିଲିଜ୍ ‌ତାରିଖ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଫିଲ୍ମକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶିକା ମେଘନା ଗୁଲଜାର ଓ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଉଥିବା କମ୍ପାନି ବିରୋଧରେ ସ୍କ୍ରିପ୍ଟ ଚୋରି ଅଭିଯୋଗ ହୋଇଛି।

ଅଭିଯୋଗକାରୀଙ୍କ ନାଁ ରାକେଶ ଭାରତୀ ବୋଲି ଜଣା ପଡ଼ିଥିବା ବେଳେ ସେ ଲେଖିଥିବା କାହାଣୀକୁ ଚୋରି କରି ଫିଲ୍ମ ‘ଛପାକ୍’ ନିର୍ମାଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରାକେଶଙ୍କ ଅଭିଯୋଗ ମୁତାବକ, ମୁଁ ମୋ ପୁଅ ସହ ମିଶି ଏସିଡ୍ ପୀଡ଼ିତାଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଥିଲି। ଯାହା ପାଇଁ ୨୦୧୫ରେ ମୁଁ କାହାଣୀର ଟାଇଟେଲ ‘ବ୍ଲାକ୍ ଡେ’ ବୋଲି ରେଜିଷ୍ଟର କରିଥିଲି। ଏହା ସହ ଫିଲ୍ମରେ ଅଭିନୟ କରିବା ପାଇଁ ମୁଁ ଐଶ୍ବର୍ଯ୍ୟା ରାୟ ଓ କଙ୍ଗନା ରାଣାୱତଙ୍କୁ ମଧ୍ୟ ସଂପର୍କ କରିଥିଲି।

Image result for chhapaak
Filmfare.com

ଫିଲ୍ମ ତିଆରି କରିବା ପାଇଁ ମୁଁ ଏହାର ସ୍କ୍ରିପ୍ଟ ଫକ୍ସ ଷ୍ଟାର ଷ୍ଟୁଡିଓ ଓ ମୃଗା ଫିଲ୍ମ ପ୍ରଡକ୍ସନ ହାଉସକୁ ଦେଇଥିଲି। ସେମାନେ ମୋ ସ୍କ୍ରିପ୍ଟକୁ ପସନ୍ଦ କରିଥିଲେ ମଧ୍ୟ ପରେ ମୋତେ ନଜଣାଇ ମୋ ସ୍କ୍ରିପ୍ଟକୁ ନେଇ ‘ଛପାକ’ ଫିଲ୍ମ ନିର୍ମାଣ କରିଛନ୍ତି। ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ ଆଣି ଫିଲ୍ମ ନିର୍ମାଣ କରାଯାଇଥିବା କହିଛନ୍ତି ରାକେଶ।

ସମ୍ବନ୍ଧିତ ଖବର