କରୋନା କଟକଣା ସମୟରେ ପରେଶ ରାଓ୍ଵଲ କଲେ ଏଭଳି ଟୁଇଟ କି ହୋଇଗଲେ ଟ୍ରୋଲ
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ ଏବେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୮୨ହଜାରରେ ପହଞ୍ଚି ସାରିଲାଣି। ଦେଶରେ ଏଯାବତ କରୋନା ସଂକ୍ରମଣରେ ୨ହଜାର ୬୪୯ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ଯୁଦ୍ଧରେ ଦେଶ ଲଢ଼ୁଥିବା ବେଳେ ଦେଶବ୍ୟାପୀ ଲକ୍ଡାଉନ୍ ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏହି କାରଣରୁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ତେଣୁ ସାଧାରଣଙ୍କ ଲୋକଙ୍କ ଠାରୁ ଆରମ୍ଭ କରି ବଳିଉଡ କଳାକାର ପର୍ଯ୍ୟନ୍ତ ସମସ୍ତେ ଘରେ ରହିଛନ୍ତି। ଘରେ ରହି କରୋନା ସହିତ ଜଡ଼ିତ ତଥ୍ୟ ସହିତ ବିଭିନ୍ନ ପ୍ରକାର ଘଟଣାକୁ ନେଇ କଳାକାରମାନେ ନିଜର ସୋସିଆଲ ସାଇଟ୍ ଇନ୍ଷ୍ଟାଗ୍ରାମ୍, ଟୁଇଟର ଓ ଫେସ୍ବୁକ୍ ଆକାଉଣ୍ଟରେ ସେୟାର କରୁଛନ୍ତି।
Atleast for some time people will not dare ask or bother for Selfie 🤳!
— Paresh Rawal (@SirPareshRawal) May 15, 2020
ଏହି କ୍ରମରେ ବଲିଉଡ୍ ଅଭିନେତା ପରେଶ ରାଓ୍ଵଲ ଏକ ଟୁଇଟ କରିଛନ୍ତି। ଏହି ଟୁଇଟକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଦେଖିବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିକଟରେ ପରେଶ କରୋନା ଲକ୍ଡାଉନ୍କୁ ଟୁଇଟ କରି ଲେଖିଥିଲେ, ‘ଅତିକମ୍ରେ ଏବେ କିଛି ଦିନ ପାଇଁ ଲୋକମାନେ ସେଲଫି ନେବାକୁ ପଚାରିବେ ନାହିଁ। ଆଉ ଯିବା ଆସିବା ସମୟରେ ହଇରାଣ କରିବେ ନାହିଁ।’ ପରେଶଙ୍କ ଏହି ଟୁଇଟ ଏବେ ଟ୍ରୋଲ ହେବାରେ ଲାଗିଛି।