ଆଗ୍ରା ସେଣ୍ଟ୍ରାଲ୍‌ ଜେଲ୍‌ରେ ଅଭିଷେକ , କଏଦୀଙ୍କ ସହ ମିଶି ଖାଇଲେ ଜୁନିୟର୍‌ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ କଳାକାର ଅଭିଷେକ ବଚ୍ଚନ ବଲିଉଡ୍‌ରେ ବିଭିନ୍ନ ପ୍ରକାରର ଚରିତ୍ର ନିଭାଇଛନ୍ତି। ଭିନ୍ନ ଭିନ୍ନ ଚରିତ୍ରରେ ସେ ତାଙ୍କର ଅଭିନୟ ଦକ୍ଷତା ଦେଖାଇଛନ୍ତି। ଅଭିଷେକ ବଲିଉଡ୍‌କୁ କିଛି ଏପରି ଚଳଚ୍ଚିତ୍ର ଦେଇଛନ୍ତି, ଯେଉଁଥିରେ ତାଙ୍କୁ ଅନେକ ପ୍ରଶଂସା ମିଳିଛି। ଅଭିଷେକଙ୍କ ଅନେକ ଚଳଚ୍ଚିତ୍ର ପ୍ରଶଂସକଙ୍କୁ ସେପରି ‌ବିଶେଷ ଭଲ ଲାଗିନାହିଁ ମଧ୍ୟ। ମାତ୍ର ଓଟିଟି ପ୍ଲାଟ୍‌ଫର୍ମରେ ଅଭିଷେକ କମାଲ କରିଛନ୍ତି। ବ୍ରିଥ୍‌ ସିରିଜର ଦ୍ବିତୀୟ ଅଂଶରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା ମିଳୁଛି। ଏହାବ୍ୟତୀତ ଲୁଡୋ ଚଳଚ୍ଚିତ୍ରରେ ବି ତାଙ୍କ ଅଭିନୟ ପ୍ରଶଂସାଯୋଗ୍ୟ ହୋଇପାରିଛି।

ଏବେ ଅଭିଷେକ ଓଟିଟିରେ ନିଜର ଅଲଗା ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ‘ଦଶବୀ’ ଚଳଚ୍ଚିତ୍ରରେ ନଜର ଆସିବେ ଅଭିଷେକ। ଏହି ଫିଲ୍ମରେ ସେ ଜେଲ୍‌ରେ ଦଶମ ପରୀକ୍ଷା ଦେବେ। ଅଭିଷେକ ଏହି ଫିଲ୍ମର ସୁଟିଂ ବିଷୟରେ କହିଛନ୍ତି।

 

 

View this post on Instagram

 

A post shared by Abhishek Bachchan (@bachchan)

ସାଧାରଣତଃ ଜେଲ୍‌ ସୁଟିଂ ପାଇଁ ଭିନ୍ନ ଭିନ୍ନ ସେଟ୍‌ ବନାଯାଏ। ମାତ୍ର ଅଭିଷେକ ତାଙ୍କର ଜେଲ୍‌ ସିନ୍‌ କରିଛନ୍ତି ଆଗ୍ରାର ସେଣ୍ଟ୍ରାଲ୍‌ ଜେଲ୍‌ରେ। ତେବେ, ଇଣ୍ଡିଆଟୁଡେକୁ ସାକ୍ଷାତ୍‌କାର ଅଭିଷେକ ଜେଲ୍‌ ଭିତରୁ ହିଁ ଦେଇଛନ୍ତି। ‌ଏହି ଜେଲ୍‌ରେ ୬ ସପ୍ତାହ ସୁଟିଂ ଚାଲୁଥିବାରୁ ପ୍ରାୟ ୬ ସପ୍ତାହ ପର୍ଯ୍ୟନ୍ତ ସେ ପ୍ରତିଦିନ ଜେଲ୍‌କୁ ଯିବାଆସିବା କରୁଥିବା କଥା କହିଛନ୍ତି।

ତାଙ୍କୁ ସେଠାରେ ସୁଟିଂ ପାଇଁ ଅନୁମତି ମିଳିଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେଉଁ ସିନ୍‌ ଆପଣଙ୍କୁ ବାସ୍ତବ ସ୍ଥାନରେ ମିଳିଯାଉଛି ତାହା ପାଇଁ ସେଟ୍‌ ତିଆରି କରିବାରେ ସେ ମଜା ନାହିଁ। ଅଭିଷେକ ଜେଲ୍‌ ଭିତରେ କଏଦୀଙ୍କ ସହ ଖାଦ୍ୟ ଖାଇବାରୁ ନେଇ ସବୁ ପ୍ରକାରର ମଜା ମସ୍ତି କରିଛନ୍ତି।

ସମ୍ବନ୍ଧିତ ଖବର