ଦ୍ବିତୀୟ ବିବାହ କରିବେ ଦିୟା

କରୋନା ହ୍ରାସ ପାଇବା ସଙ୍ଗେ ସଙ୍ଗେ ବି’ ଟାଉନର କଳାକାରମାନେ ଏବେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କିଛି ଦିନ ପୂର୍ବେ ବରୁଣ ଧାଵନ୍- ନତାଶା ଦଲାଲ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ଏବେ ଦିୟା ମିର୍ଜା ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ମହାମାରୀ କରୋନା ସମୟରେ ଦିୟା ମୁମ୍ବାଇର ଯୁବ ବ୍ୟବସାୟୀ ବୈଭବ ରେଖିଙ୍କୁ ଡେଟ୍‌ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ଆଗାମୀ ୧୫ରେ ଦିୟା-ବୈଭବଙ୍କ ସାହାନାଇ ବାଜିବ ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ଦିୟା ପୂର୍ବରୁ ବିବାହ କରିଥିଲେ। ମାତ୍ର ପାରିବାରିକ ଅଶାନ୍ତି ପାଇଁ ୧୧ ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। ସେହିଭଳି ବୈଭବ ମଧ୍ୟ ଯୋଗ ପ୍ରଶିକ୍ଷିକା ସୁନୈନା ରେଖିଙ୍କୁ ବିବାହ କରିଥିଲେ। କିଛି ବର୍ଷ ତଳେ ବୈଭବ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର