ମୋ କଥାକୁ ବିଶ୍ବାସ କରନ୍ତୁ ପୁଅ ମୋ ନିର୍ଦ୍ଦୋଷ: ଏଲଭିଶ ଯାଦବଙ୍କ ମା’

ନୂଆଦିଲ୍ଲୀ: ବିଗ୍‌ ବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବ ସାପ ବିଷ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଏଲଭିଶ ଯାଦବଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରି  ସୁରଜପୁର କୋର୍ଟରେ ହାଜର କରିଥିଲେ। କୋର୍ଟ ଏଲଭିଶଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଅ ଗିରଫ ହେବାପରେ ଏଲଭିଶଙ୍କ ମା’ ଭାଙ୍ଗି ପଡ଼ିଛନ୍ତି। ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପୁଅ କେବେ ଭୁଲ କାମ କରିଛି ନା କରିବ। ଯେଉଁ ଭିଡିଓ ସାମ୍ନାକୁ ଆସୁଛି ତାହା ଭିନ୍ନଭିନ୍ନ ସ୍ଥାନର ରହିଛି। ପୁଅ ମୋର କେବେ ବି ଏମିତି ପାର୍ଟିରେ ସାମିଲ ହୋଇନାହିଁ। ମୋ ପୁଅ ଜଣେ ଷ୍ଟାର ସେଥିପାଇଁ ବିରୋଧୀମାନେ ତାର ନାମ ସାମ୍ନାକୁ ଆଣି ତାକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି।

ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ମୋ ପୁଅ ନାମରେ ଏମିତି ମିଥ୍ୟା ଅଭିଯୋଗ ଆଣନ୍ତୁ ନାହିଁ। ମୋ ପୁଅ କେ‌ବେ ବି କ‌ାହା ମନରେ କଷ୍ଟ ଦିଏନାହିଁ। ଓଲଟି ଯିଏ କଷ୍ଟରେ ଥାଏ ତାକୁ ହସାଇବାକୁ ଚେଷ୍ଟା କରିଥାଏ। ହଜାର ଜନ୍ମ ନେଲେ ବି ମୁଁ ଏମିତି ପୁଅର ମା’ ହେବାକୁ ଚାହିଁବି।

ତିନିଦିନ ହେବ ଆମ ପେଟକୁ ଅନ୍ନ ଯାଇନାହିଁ। ତେଣୁ ଯେଉଁମାନେ ମୋ ପୁଅକୁ ଫସାଇବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଉପରେ ମୋର ଲୁହ ନିଶ୍ଚୟ ପଡ଼ିବ।’

ସମ୍ବନ୍ଧିତ ଖବର