ଅନୁପମ ଖେରଙ୍କୁ ଚିହ୍ନି ପାରି ନଥିବା ଟ୍ୟାକ୍ସି ଚାଳକ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଅଭିନେତା ଅନୁପମ ଖେର୍‌ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ରହିଥାଆନ୍ତି। ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କ ସହ ନିଜର ପ୍ରୋଫେସ୍‌ନାଲ୍‌ ଓ ପର୍ସନାଲ ଲାଇଫ ବିଷୟରେ ଆଲୋଚନା କରି ଥାଆନ୍ତି। ନିକଟରେ ସେ ଏକ ଭିଡିଓ ସହିତ ମଜାଦାର ଘଟଣା ସେୟାର କରିଛନ୍ତି।

ଅନୁପମ ଖେର୍‌ ନ୍ୟୁୟର୍କରେ ଏକ ଟ୍ୟାକ୍ସିରେ ଯାତ୍ରା କରୁଥିଲେ। ଟ୍ୟାକ୍ସି ଚାଳକ ଭାରତୀୟ ହୋଇଥିଲେ ହେଁ ସେ ଅନୁପମ ଖେର୍‌ଙ୍କୁ ଚିହ୍ନି ପାରି ନଥିଲେ। ପରେ ଅନୁପମ ଟ୍ୟାକ୍ସି ଚାଳକଙ୍କ ସହିତ ହେଉଥିବା କଥାବାର୍ତ୍ତାକୁ ରେକର୍ଡ କରିଥିଲେ।

ଅନୁପମ ଖେର ଏବେ ନ୍ୟୁୟର୍କରେ ଅଛନ୍ତି। ଏଠାରେ ଅନୁପମ ଏକ ଟ୍ୟାକ୍ସିରେ ଯାତ୍ରା କରୁଥିଲେ। ଟ୍ୟାକ୍ସି ଚାଳକ ପଞ୍ଜାବୀ ଥିଲେ। ଯାତ୍ରା ସମୟରେ ସେ ଅନୁପମ ଖେର୍‌ଙ୍କୁ ଚିହ୍ନି ପାରି ନଥିଲେ। ପରେ ଅନୁପମ ତାଙ୍କ ସହିତ କଥା ହେବା ପରେ ଚାଳକ ଏକ ମଜାଦାର କଥା କହିଥିଲେ। ଏହାକୁ ସେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ

 

କିଛିଦିନ ତଳେ ଅନୁପମ ଖେର୍‌ଙ୍କ ସିନେମା ‘ଓ୍ଵାନ୍‌ ଡେ’ ରିଲିଜ ହୋଇଥିଲା। ଏହାପରଠାରୁ ଅନୁପମ ନ୍ୟୁୟର୍କରେ ଅଛନ୍ତି। ଏଠାରେ ସେ ତାଙ୍କ ଆଗାମୀ ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧିତ ଖବର