ଏହି ନାୟିକାଙ୍କ ଲାଗି ଉଚ୍ଛନ ହୋଇଉଠିଥିଲା ଜିତେନ୍ଦ୍ରଙ୍କ ପରିବାର!

ମୁମ୍ବାଇ: ବଲିଉଡ଼୍‍ର ଏଭରଗ୍ରିନ୍‌ ଷ୍ଟାର୍‌ ଜିତେନ୍ଦ୍ର ଆଶା ପାରେଖ୍‌,ବବିତା,ହେମାମାଳିନୀ ,ଶ୍ରୀଦେବୀ ଓ ଜୟାପ୍ରଦା ପ୍ରମୁଖଙ୍କ ସମେତ ଆହୁରି ଅନେକ ନାୟିକାଙ୍କ ସହିତ ଅନସ୍କ୍ରିନ୍‌ ରୋମାନ୍‌ସ କରିଛନ୍ତି।ସେ ୧୯୬୦ ରୁ ରୁ ୧୯୯୦ ମଧ୍ୟରେ ପ୍ରାୟ ୨ ଶହ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି। ତେବେ ସୁଦୀର୍ଘ କ୍ୟାରିଅର ଭିତରେ ଜିତେନ୍ଦ୍ରଙ୍କର ଦୁଇ ଥର ଆଫେଆର୍‌ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିମଧ୍ୟରୁ ସ୍ୱପ୍ନ ସୁନ୍ଦରୀ ହେମାମାଳିନୀଙ୍କସହିତ ତାଙ୍କର ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିଲା।
ଆରଜଣକ ହେଲେ ବଲିଉଡ଼୍‍ର ପ୍ରଥମ ଫିମେଲ୍‌ ସୁପରଷ୍ଟାର୍‌ ଶ୍ରୀଦେବୀ। ୧୯୮୩ ମସିହାରେ ଜିତେନ୍ଦ୍ର-ଶ୍ରୀଦେବୀଙ୍କ ଅଭିନୀତ ଫିଲ୍ମ ‘ହିମ୍ମତ୍‌ଓ୍ଵାଲା’ ରିଲିଜ୍‌ ହୋଇଥିଲା। କୁହାଯାଏ ଯେ ଏଥିରେ ଶ୍ରୀଦେବୀଙ୍କୁ ଫିମେଲ୍‌ ଲିଡ଼୍‍ରେ ନେବା ପାଇଁ ଜିତେନ୍ଦ୍ର ହିଁ ନିର୍ଦ୍ଦେଶକ କେ. ରାଘବେନ୍ଦ୍ର ରାଓଙ୍କୁ ପରାମର୍ଶ ଦେଇଥିଲେ। ଅପର ପକ୍ଷରେ ଶ୍ରୀଦେବୀ ବି ଜିତେନ୍ଦ୍ରଙ୍କର ଜଣେ ବଡ଼ ଫ୍ୟାନ୍‌ ଥିଲେ।

PHOTO-Hindustantimes

‘ହିମ୍ମତ୍‌ଓ୍ଵାଲା’ ବ୍ଲକ୍‌ବଷ୍ଟର ହେବାପରେ ଜିତେନ୍ଦ୍ର-ଶ୍ରୀଦେବୀଙ୍କ ଯୋଡ଼ି ବଲିଉଡ଼୍‍ର ହଟ୍‌ କେକ୍‌ ବନିଗଲେ। ଏହାପରେ ଉଭୟଙ୍କର ରୋମାନ୍‌ସର ଚର୍ଚ୍ଚା ହେବାକୁ ଲାଗିଲା । ଜିତେନ୍ଦ୍ର କୁଆଡ଼େ ଶ୍ରୀଦେବୀଙ୍କୁ ପ୍ରେମ ନିବେଦନ କରିଥିଲେ। ଓ ଶ୍ରୀଦେବୀ ବି ତାଙ୍କୁ ସ୍ୱୀକାର କରିଥିଲେ ବୋଲି ଶୁଣିବାକୁ ମିଳେ।ଏ ଖବର ଜିତେନ୍ଦ୍ରଙ୍କ ପତ୍ନୀ ଶୋଭାଙ୍କ ପାଖରେ ପହଞ୍ଚିଲା। ସେତେବେଳକୁ ଶୋଭା ଜାଣି ଯାଇଥିଲେ ଯେ ଶ୍ରୀଦେବୀଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ପ୍ରଯୋଜକ ନିର୍ଦ୍ଦେଶକଙ୍କ ଉପରେ ଚାପ ପକାଉଥିଲେ।
ଜିତେନ୍ଦ୍ର ଓ ଶ୍ରୀଦେବୀ ଗୋପନରେ ବିବାହ କରିବାକୁ ଚାହୁଁଥିଲେ। ଏହାକୁ ନେଇ ଜିତେନ୍ଦ୍ରଙ୍କ ପରିବାରରେ ଝଡ଼ ଦେଖା ଦେଇଥିଲା। ପରେ ଜିତେନ୍ଦ୍ର ନିଜର ଭୁଲ୍‌ ବୁଝି ପାରି ଦିନେ ଶ୍ରୀଦେବୀଙ୍କୁ ତାଙ୍କ ଘରକୁ ଆମନ୍ତ୍ରଣ କରିଥିଲେ। ପତ୍ନୀ ଶୋଭା କପୁର ଓ ଝିଅ ଏକତା କପୁର ଶ୍ରୀଦେବୀଙ୍କୁ ଏଭଳି ଭାଷାରେ ବୁଝାଇଥିଲେ ଯେ,ସେ କେବେ ବି ତାହା ଭୁଲି ନ ଥିଲେ। ଏହାପରେ ଶ୍ରୀଦେବୀ ଜିତେନ୍ଦ୍ରଙ୍କଠାରୁ ଦୂରେଇ ଯାଇଥିଲେ ବୋଲି କୁହାଯାଏ।

ସମ୍ବନ୍ଧିତ ଖବର