ମୋ ମୁଣ୍ଡ ବୁଲାଇଲା ‌ଭଳି ଲାଗିଲା; ସଦଗୁରୁଙ୍କ ସର୍ଜରୀ କଥା ଶୁଣି କଙ୍ଗନା ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ମୁଣ୍ଡ ଭିତରେ ରକ୍ତସ୍ରାବ ପାଇଁ ଲୋକପ୍ରିୟ ଆଧ୍ୟାତ୍ମିକ ଗୁରୁ ତଥା ଇଶା ଫାଉଣ୍ଡେସନ୍ କୋଏମ୍ବାଟୁରର ପ୍ରତିଷ୍ଠାତା ସଦଗୁରୁ ଜଗ୍ଗି ବାସୁଦେବଙ୍କ ମସ୍ତିଷ୍କ ସର୍ଜରୀ ହୋଇଛି । ଅପରେସନ୍ ସଫଳ ହେବା ପରେ ସଦଗୁରୁ ସୁସ୍ଥ ହେଉଥିବା ସାମ୍ନାକୁ ଆସିଛି। ଏହି ଅପରେସନ୍ ପରେ ସେ ନିଜେ ଏକ ଭିଡିଓ ମଧ୍ୟ ରେକର୍ଡ କରି ଏହାକୁ ସେୟାର କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଯେତେବେଳେ ଡାକ୍ତରମାନେ ତାଙ୍କ ମସ୍ତିଷ୍କ ଖୋଲିଥିଲେ, ସେତେବେଳେ ତାହା ଖାଲି ଥିଲା ​। ବର୍ତ୍ତମାନ ମୁଁ ଭଲ ଅଛି।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଅନୁଗାମୀଙ୍କୁ ଏହା ଅଧିକ କଷ୍ଟ ଦେଇଥିଲା। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଏହି ଖବର ଶୁଣି ଭାଙ୍ଗିପଡ଼ିଥିଲେ ବୋଲି ଜଣାପଡ଼ିଛି। ଏକ୍ସରେ ପୋଷ୍ଟ କରି କଙ୍ଗନା ଯାହା ଲେଖିଛନ୍ତି, ସେଥିରୁ ଏହା ସ୍ପଷ୍ଟ ହୋଇଛି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ଆଜି ଯେତେବେଳେ ମୁଁ ସଦଗୁରୁଜୀଙ୍କୁ ଆଇସିୟୁ ବେଡ ଉପରେ ପଡ଼ିଥିବାର ଦେଖିଲି, ସେତେବେଳେ ମୁଁ ହଠାତ୍ ଅନୁଭବ କଲି ଯେ ସେ ବି ଆମ ଭଳି ରକ୍ତ, ମାଂସ, ହାଡ଼ ଥିବା ଜଣେ ମଣିଷ। ଏହା ପୂର୍ବରୁ ମୁଁ ତାଙ୍କୁ ଭଗବାନ ବୋଲି ଭାବି ଆସୁଥିଲି। ମୁଁ ଅନୁଭବ କଲି ଯେ ପୃଥିବୀ ଦୋହଲିଯାଉଛି। ମୋତେ ମୋ ମୁଣ୍ଡ ବୁଲାଇଲା ଭଳି ଲାଗିଲା। ପ୍ର‌ଥମେ ଏହାକୁ ବିଶ୍ବାସ କରିବି ନାହିଁ ବୋଲି ମୁଁ ଭାବିଥିଲି। ହେଲେ ପରେ ମୁଁ ଭାଙ୍ଗିପଡ଼ିଲି। ଆଜି ମୁଁ ସଦଗୁରୁଙ୍କ ଲକ୍ଷ ଲକ୍ଷ ଭକ୍ତଙ୍କ ସହ ମୋର ଯନ୍ତ୍ରଣାକୁ ବାଣ୍ଟିବାକୁ ଚାହେଁ। କାରଣ ମୁଁ ଏହାକୁ ନିଜ ଭିତରେ ରଖିବାକୁ ସକ୍ଷମ ନୁହେଁ। ଭଲ ହେବ ସେ ସୁସ୍ଥ ହୋଇଯାଆନ୍ତୁ। ନହେଲେ ସୂର୍ଯ୍ୟ ଉଦୟ ହେବେ ନାହିଁ।

ସମ୍ବନ୍ଧିତ ଖବର