ରିୟାଲିଟି ସୋ‌’ ଉପସ୍ଥାପିକା ହେବେ କଙ୍ଗନା

ବିଗ୍ ବସ୍-୧୫ର ବିଜୟିନୀ ଭାବେ ତେଜସ୍ବୀ ପ୍ରକାଶ ଓ ପ୍ରଥମ ରନର୍ସଅପ୍ ଭାବେ ପ୍ରତୀକଙ୍କ ନାମ ଘୋଷଣା ପରେ ଗ୍ଲାମର୍ ଇଣ୍ଡଷ୍ଟ୍ରିରେ ଟହଲ ମାରୁଥିବା କଳାକାରଙ୍କ ଭିତରେ ପ୍ରମାଦ ଆରମ୍ଭ ହେଇଯାଇଛି। ତେବେ ଅମିତାଭ ବଚ୍ଚନ, ସଲମାନ୍ ଖାନ, କପିଲ୍ ଶର୍ମା ଓ ରୋହିତ ସେଟ୍ଟୀଙ୍କ ପରି ଚିହ୍ନା ଚେହେରାମାନେ ପୂର୍ବରୁ ଟେଲିଭିଜନ୍‌ରେ ରିୟାଲିଟି ସୋ’ ଉପସ୍ଥାପନା କରୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରାଣାୱତ ଅନୁରୂପ କାର୍ଯ୍ୟକ୍ରମର ଉପସ୍ଥାପିକା ସାଜିବା ଏବେ ଚର୍ଚ୍ଚାର ବିଷୟ ହେଇଛି।

ଏହି ରିୟାଲିଟି ସୋ’ ପୁଣି ସବୁଠୁ ନିର୍ଭୀକ ସୋ’ ବୋଲି କୁହାଯାଉଛି। ଏଇ ସୋ’ର ପ୍ରଯୋଜିକା ହେଉଛନ୍ତି ଏକ୍‌ତା କପୁର। ଡିଜିଟାଲ ମଞ୍ଚ(ଓଟିଟି)ରେ ପ୍ରସାରିତ ହେବାକୁଥିବା ଏହି ରିୟାଲିଟି ସୋ’ କୁଆଡ଼େ ବିଗ୍ ବସ୍ ସହ ସମକକ୍ଷ ହେବ ବୋଲି ଶୁଣାଯାଉଛି। ଆଠରୁ ଦଶ ସପ୍ତାହ ମଧ୍ୟରେ ପ୍ରତିଯୋଗୀମାନଙ୍କ ଆବେଦନ କରିବା ଏବଂ ମନୋନୀତ ହେବାର ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି। ଏହି ସୋ’ ଅଲ୍‌ଟ ବାଲାଜୀ ଓ ଏମଏକ୍ସ ପ୍ଲେୟାର ମାଧ୍ୟମରେ ଦର୍ଶ‌କ ଦେଖିପାରିବେ।

ସମ୍ବନ୍ଧିତ ଖବର