ସ୍ୱାମୀ ରଣବୀରଙ୍କ ସହିତ ଜଡ଼ିତ ଥିବା ଏହି ଗୁପ୍ତ କଥା ଉପରୁ ପରଦା ଉଠାଇଲେ ଦୀପିକା

ମୁମ୍ବାଇ:: ଛୋଟ ପରଦାରେ କପିଲ ଶର୍ମାଙ୍କ କମେଡି ସୋ’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସୋ’ରେ ଗତ ରବିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସାମିଲ ହୋଇଥିଲେ। ଦୀପିକାଙ୍କ ସହିତ କପିଲ ସୋ’ରେ ଖୁବ୍‌ ମଜା କରିବା ସହିତ ରଣବୀରଙ୍କ ସହିତ ଜଡ଼ିତ ଥିବା କିଛି ଗୁପ୍ତ କଥା ଉପରୁ ଦୀପିକା ପରଦା ଉଠାଇ ଥିଲେ।

ଏହି ସୋ’ରେ ଦୀପିକା କହିଥିଲେ, ତାଙ୍କୁ ଗୋଲାପ ଜାମୁନ୍‌ ଖୁବ୍‌ ପସନ୍ଦ। ଏହାକୁ ନେଇ କପିଲ କହିଥିଲେ ଆଜିଠାରୁ ଗୋଲାପ ଜାମୁନ୍‌ ତାଙ୍କର ସବୁଠାରୁ ପସନ୍ଦର ମିଠା ରହିବ। ଏହି ସମୟରେ କପିଲଙ୍କୁ ଦୀପିକା ସ୍ୱାମୀ ରଣବୀରଙ୍କ ବିଷୟରେ ଏକ ମଜା କଥା କହିଥିଲେ।

Image result for kapil-sharma-show in deepika padukone
Koimoi

ଦୀପିକା କହିଥିଲେ କି କୌଣସି ସ୍ଥାନକୁ ଗଲେ ରଣବୀରଙ୍କ ପୋଷାକ ବାରମ୍ବାର ଫାଟି ଯାଇଥାଏ। ଏଥିପାଇଁ ସେ ଯେଉଁ ଆଡେ ବି ଯାଇଥାଏ ଏକ ସିଲେଇ କିଟ୍‌ ସାଥୀରେ ନେଇ ଯାଇଥାଆନ୍ତି। ଥରେ ତ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ସମୟରେ ରଣବୀରଙ୍କ ପ୍ୟାଣ୍ଟ ଫାଟି ଯାଇଥିଲା। ଏମିତି ପରିସ୍ଥିତି ଥିଲା କି ସେଠାରେ ହିଁ ସଙ୍ଗେସଙ୍ଗେ ତାଙ୍କ ପ୍ୟାଣ୍ଟକୁ ସିଲେଇ କରିବାକୁ ପଡ଼ିଥିଲା।

କେବଳ ଏତିକି ନୁହେଁ ରଣବୀର ଓ ତାଙ୍କର ଜୋତା ସାଇଜ ଗୋଟିଏ ହୋଇଥିବାରୁ ଅନେକ ସମୟରେ ଦୀପିକା ରଣବୀରଙ୍କର ଓ ରଣବୀର ଦୀପିକାଙ୍କ ଜୋତା ପିନ୍ଧି ଦେଇ ଥାଆନ୍ତି। ଯାହା କି ଖୁବ୍‌ ଷ୍ଟାଇଲିଷ୍ଟ ବି ଲାଗିଥାଏ ବୋଲି ଦୀପିକା କହନ୍ତି। କିନ୍ତୁ ଏସବୁପରେ ରଣବୀର ଜଣେ ଭାବୁକ ଓ ନୀରିହ ମଣିଷ ବୋଲି ଦୀପିକା କହିଛନ୍ତି।

ସମ୍ବନ୍ଧିତ ଖବର