କେବେ କରୀନା ବନିବେ ତୁମ ନଣଦ? କରଣଙ୍କ ଏଭଳି ପ୍ରଶ୍ନ ଶୁଣି କରୀନା ଖୁସି ହେବା ବେଳେ ନିରାଶଜନକ ଉତ୍ତର ରଖିଲେ ଆଲିଆ

ମୁମ୍ବାଇ : ବର୍ଷ ଆରମ୍ଭରୁ ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ଦୁହେଁ କେବେ ପରସ୍ପରର ହାତ ଧରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । ପ୍ରଥମେ ଦୁହେଁ ପ୍ରେମ ସଂପର୍କରେ ଥିବା ନେଇ ଅସ୍ୱୀକାର କରୁଥିବା ବେଳେ ପରେ ଅନେକ ଚର୍ଚ୍ଚା ହେବାରୁ ଦୁହେଁ ସ୍ୱୀକାର କରିଥିଲେ । କିନ୍ତୁ ପ୍ରେମ ହୋଇ ସାରିଥିବା ବେଳେ ବିବାହ କେବେ ହେବ ସେ ନେଇ ଦୁହେଁ ମୌନ ବ୍ରତ ଧାରଣ କରିଛନ୍ତି ।

Karan Johar,Alia bhatt,Kareena Kapoor
amarujala.com

ମାମି ଫିଲ୍ମ ଫେଷ୍ଟିଭାଲରେ ଅଭିନେତ୍ରୀ କରୀନା କପୁର ଖାନ୍‌ ଓ ଆଲିଆ ଭଟ୍ଟ ପହଞ୍ଚିଥିବା ବେଳେ ଦୁହିଁଙ୍କ ସହ ସାକ୍ଷାତକାର କରିଥିଲେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ଏହି ସମୟରେ କରଣ ଆଲିଆଙ୍କୁ ପ୍ରଶ୍ନ କରିଥିଲେ, କରୀନା ତୁମର ନଣଦ କେବେ ବନିବେ? କରଣଙ୍କ ଏଭଳି ପ୍ରଶ୍ନ ଶୁଣି ଆଲିଆ ଉତ୍ତର ଦେବା ପୂର୍ବରୁ କରୀନା ହସି ହସି କହିଥିଲେ, ସେ ଦିନ ମୁଁ ଦୁନିଆର ସବୁଠାରୁ ଖୁସୀ ହେବି । କରୀନାଙ୍କ ମୁହଁରୁ ଏଭଳି ଶୁଣିବା ପରେ ଟିକେ ଲାଜ କରିବା ସହ ଆଲିଆ କହିଥିଲେ, ସତରେ କହିବାକୁ ଗଲେ ମୁଁ ସେ ବିଷୟରେ କେବେ ଭାବି ନାହିଁ ଏବଂ ଏବେ ସେ ବିଷୟରେ ଭାବିବାକୁ ଚାହୁଁ ନାହିଁ । ଏହା କରିବା ପାଇଁ ଆମକୁ ଏକ ଲମ୍ବା ରାସ୍ତା ଅତିକ୍ରମ କରିବାକୁ ହେବ । ଏବେ କ’ଣ ପାଇଁ ସେ ବିଷୟରେ ଆଲୋଚନା କରିବା ବୋଲି କହିଥିଲେ ।

ସମ୍ବନ୍ଧିତ ଖବର