ବଲିଉଡ ଫିଲ୍ମରେ ଭାରତର ସମସ୍ୟା ଦେଖାଯାଉନଥିବାରୁ ଫିଲ୍ମ ଫ୍ଲପ ହେଉଛି: ପଲ୍ଲବୀ ଯୋଶୀ

ମୁମ୍ବାଇ: ୨୦୨୨ବଲିଉଡ ପାଇଁ ବହୁତ ଖରାପ ବୋଲି ପ୍ରମାଣ ହେବାରେ ଲାଗିଛି। ଏହି ବର୍ଷ ବଲିଉଡରେ ଅନେକ ବଲିଉଡ ଚଳଚ୍ଚିତ୍ର ଫ୍ଲପ ହେବା ସହ ବହୁତ ବଡ଼ ବଡ଼ କଳାକାର ବକ୍ସ ଅଫିସରେ ନିଜର ଯାଦୁ ଦେଖାଇ ପାରିନାହାନ୍ତି। ଅମୀର ଖାନଙ୍କ ‘ଲାଲ ସିଂ ଚଢ଼ା’ ହେଉ କିମ୍ବା ରଣବୀର କପୁରଙ୍କ ‘ଶମଶେରା’ ହେଉ, ଅନେକ ପ୍ରଚାର ଓ ପ୍ରସାର ସତ୍ତ୍ବେ ମଧ୍ୟ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ ଫ୍ଲପ୍ ହୋଇଛି। ଏଭଳି ଫିଲ୍ମ ଫ୍ଲପ ହେବା ପଛର ଅନେକ କାରଣ ସାମ୍ନାକୁ ଆସିଥିବା ବେଳେ ‘ଦ କଶ୍ମୀରୀ ଫାଇଲ୍ସ’ର ଅଭିନେତ୍ରୀ ପଲ୍ଲବୀ ଯୋଶୀ ଏବେ ଏନେଇ ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବକ୍ସ ଅଫିସରେ ଫିଲ୍ମ ଫ୍ଲପ ହେବା ପଛର କାରଣ ପଚରାଯିବାରୁ ପଲ୍ଲବୀ କହିଛନ୍ତି ଯେ, ଏହା ପଛରେ ଅନେକ କାରଣ ରହିଛି। କିନ୍ତୁ ସବୁଠାରୁ ବଡ଼ କାରଣ ହେଲା ବଲିଉଡ ଫିଲ୍ମରେ ଭାରତର ସମସ୍ୟା ବିଷୟରେ ଦେଖାଯାଉନାହିଁ। ଏଭଳି ହେଲେ ଲୋକେ ଫିଲ୍ମ ସହ ଯୋଡ଼ି ହୋଇପାରନ୍ତେ ଏବଂ ଫିଲ୍ମ ଭଲ ବ୍ୟବସାୟ କରନ୍ତା ବୋଲି କହିଛନ୍ତି ପଲ୍ଲବୀ।

ସେ ଆହୁରି କହିଛନ୍ତି ଯେ, ମୁଁ ବଲିଉଡର ଜଣେ ବିଶେଷଜ୍ଞ ନୁହେଁ, ତେଣୁ ଫିଲ୍ମ ‘ଶମଶେରା’ କିମ୍ବା ‘ଦୋବାରା’ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର କାହିଁକି ଫ୍ଲପ ହେଲା, ତାହା ମୁଁ ଜାଣି ନାହିଁ। କିନ୍ତୁ ଆମ ଚଳଚ୍ଚିତ୍ର ‘ଦ କଶ୍ମୀରୀ ଫାଇଲ୍ସ’ କାହିଁକି ଭଲ ବ୍ୟବସାୟ କଲା, ତାହା ମୁଁ ଆପଣଙ୍କୁ କହିପାରିବି। ମୁଁ ସର୍ବଦା ବିଶ୍ବାସ କରେ ଯେ ଯେଉଁ ଉଦ୍ଦେଶ୍ୟ ସହିତ ଆମେ ଆମର ବିଷୟ ଏବଂ ପ୍ରଦର୍ଶନ ଦେଖାଏ, ତାକୁ ଦର୍ଶକଙ୍କ ବୁଝିଥାନ୍ତି। ଲୋକମାନେ ଜଣେ କଳାକାରର ସଚ୍ଚୋଟତାକୁ ପରଦା ମାଧ୍ୟମରେ ବିଚାର କରନ୍ତି। ତେଣୁ ଫିଲ୍ମର କାହାଣୀ ଲୋକଙ୍କ ହୃଦୟକୁ ଛୁଇଁବା ଭଳି ହେବା ଜରୁରୀ।

ସମ୍ବନ୍ଧିତ ଖବର