ଏହି ଅଭିନେତ୍ରୀଙ୍କ ସହ ସମଲୈଙ୍ଗିକ ସଂପର୍କ ରଖିବାକୁ ପସନ୍ଦ କରିବେ କ୍ୟାଟ୍ରିନା କୈଫ୍
ମୁମ୍ବାଇ : ଜୁନ୍ ୫ରେ ଫିଲ୍ମ ଭାରତ ରିଲିଜ୍ ହେବାକୁ ଥିବା ବେଳେ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଫିଲ୍ମର ପୂରା ଷ୍ଟାରକାଷ୍ଟ । ବିଭିନ୍ନ ରିଆଲିଟି ସୋ’ ଏବଂ ପ୍ରମୋସନାଲ ଇଭେଣ୍ଟ କରି ଫିଲ୍ମର ପ୍ରମୋସନ କରାଯାଉଛି । ଏ ମଧ୍ୟରେ ନିଜ ଫିଲ୍ମର ପ୍ରମୋସନ କରିବା ପାଇଁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଯାଇ ପହଞ୍ଚିଥିଲେ ବାଏ ଇନ୍ଭାଇଟ୍ ଓନ୍ଲିରେ । ଏହି ସୋ’ର ହୋଷ୍ଟ କ୍ୟାଟ୍ଙ୍କୁ କିଛି ଏଭଳି ପ୍ରଶ୍ନ କରିଥିଲେ, ଯାହାର ଉତ୍ତରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୋ’ରେ କେଉଁ ଅଭିନେତ୍ରୀଙ୍କ ସହ ତୁମେ ସମଲୈଙ୍ଗିକ ସଂପର୍କ ରଖିବାକୁ ପସନ୍ଦ କରିବ ବୋଲି ହୋଷ୍ଟ ପ୍ରଶ୍ନ କରିବା ପରେ କ୍ୟାଟ୍ରିନା ତୁରନ୍ତ କରୀନା କପୁର ଖାନ୍ଙ୍କ ନାଁ ନେଇଥିଲେ । ତାଙ୍କର ଏଭଳି ଉତ୍ତରରୁ ସେ କରୀନାଙ୍କର କେତେ ଭଲ ବନ୍ଧୁ ତାହା ସ୍ପଷ୍ଟ ହୋଇ ଯାଇଛି । ତେବେ କ୍ୟାଟ୍ଙ୍କ ପେଶାଦାର ଜୀବନକୁ ଦେଖିବାକୁ ଗଲେ ଏବେ ସେ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅନ୍ୟ କୌଣସି ପ୍ରୋଜେକ୍ଟକୁ ନେଇ ସେ କାମ ଆରମ୍ଭ କରି ନଥିବା ଜଣା ପଡ଼ିଛି ।