ଫୁଟ୍‌ପାଥ ଉପରେ ହାରମୋନିୟମ୍‌ ବଜାଉଥିବା କେଶବ ଲାଲଙ୍କୁ ଗାୟିକା ନେହା କକ୍‌ଡ ଦେଲେ ୧ଲକ୍ଷ ଟଙ୍କା!

ମୁମ୍ବାଇ: ଫୁଟ୍‌ପାଥରେ ଗତ ୩ ବର୍ଷ ଧରି ହାରମୋନିୟମ୍‌ ବଜାଉଥିବା ଜଣେ ବାଦକଙ୍କୁ ବଲିଉଡରେ ଲୋକପ୍ରିୟ ଗାୟିକା ନେହା କକ୍‌ଡ ଓ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦଦ୍‌ଲାନୀ ଏକ ଏକ ଲକ୍ଷ ଟଙ୍କା ଲେଖାଏଁ ଦାନ କରିଛନ୍ତି। ଏହି ହାରମୋନିୟମ୍‌ ବାଦକଙ୍କ ନାଆଁ ହେଲା କେଶବ ଲାଲ୍‌।
କେଶବ ଲାଲ୍‌ ପୁନେର ଫୁଟ୍‌ପାଥ ଉପରେ ଗତ ୩ ବର୍ଷ ଧରି ହାରମୋନିୟମ୍‌ ବଜାଉଛନ୍ତି। ସେ ପ୍ରଖ୍ୟାତ ସଙ୍ଗୀତକାର କଲ୍ୟାଣଜୀ ଆନନ୍ଦଜୀ ଓ ନିର୍ଦ୍ଦେଶକ ଭି.ଶାନ୍ତାରାମଙ୍କ ସହିତ ମଧ୍ୟ କାମ କରିଛନ୍ତି।
କେଶବ ଲାଲ୍‌ଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍‌୧୦’ରିଆଲିଟି ସୋ’ର ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା। ତାଙ୍କୁ ସୋ’ର ପ୍ରତିଯୋଗୀ ଓ ବିଚାରକମାନେ ସମ୍ମାନିତ କରିଥିଲେ। କେଶବ ସେହି ମଞ୍ଚରେ ପତ୍ନୀ ସୋନୀ ବାଇଙ୍କ ସହିତ ଥିଲେ।
ଏହି କାର୍ଯ୍ୟକ୍ରମରେ କେଶବ ଲାଲ୍‌ ନିଜର ସଙ୍ଗୀତ କ୍ୟାରିଅର୍‌ ମାଧ୍ୟମରେ ସଫଳତାର ଶିଖରରେ ପହଞ୍ଚବାପରେ ପୁଣି ନିଜର ସମସ୍ତ ପ୍ରତିଷ୍ଠାକୁ ହରାଇଥିବାର କାହାଣୀ ବଖାଣିଥିଲେ। ଯେତେ ଅସୁବିଧାର ସମ୍ମୁଖୀନ ହେଲେ ବି ସେ ସଙ୍ଗୀତ ପ୍ରତି ଥିବା ନିଜର ଶ୍ରଦ୍ଧାକୁ କେବେ ବି ଛାଡି ନଥିଲେ।


ଏହି ଅବସରରେ କେଶବ ଲାଲ୍‌ ହାରମୋନିୟମ୍‌ ବଜାଇ ଆଓ୍ଵାରା ହୁଁ….ଗୀତ ଗାଇଥିଲେ। ଏହି ସମୟରେ ଦୁଇ ଜଜ୍‌ ବିଶାଲ୍‌ ଦଦ୍‌ଲାନୀ ଓ ନେହା କକ୍‌ଡ ଭାବପ୍ରବଣ ହୋଇ ଏକ ଲକ୍ଷ ଟଙ୍କା ଲେଖାଏଁ କେଶବ ଲାଲଙ୍କୁ ଦେଇଥିଲେ।

ସମ୍ବନ୍ଧିତ ଖବର