ଅର୍ଜୁନଙ୍କ ବୋଲ୍‌ଡ ଫଟୋ ସେୟାର୍‌ କରି ଟ୍ରୋଲ୍‌ ହେଲେ ମଲାଇକା ଅରୋରା

ମୁମ୍ବାଇ: ବଲିଉଡର ସେଲିବ୍ରିଟି ପ୍ରେମୀଯୁଗଳ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ଗତ କିଛି ବର୍ଷ ହେବ ସମ୍ପର୍କରେ ଅଛନ୍ତି। ସୋସିଆଲ୍‌ ମିଡିଆରେ ନିଜ ବ୍ୟକ୍ତିଗତ ଜୀବନର ଫଟୋ, ଭିଡିଓ ସେୟାର୍‌ କରିବାରେ ସେ ଦୁହେଁ କେବେ ବି ହେଳା କରନ୍ତି ନାହିଁ।

ରବିବାର ଦିନ ମଲାଇକା ତାଙ୍କ ପ୍ରେମିକା ଅର୍ଜୁନ କୁପରଙ୍କର ଏକ ଫଟୋ ସେୟାର୍‌ କରିଛନ୍ତି। ତେବେ ସେ ସେୟାର୍‌ କରିଥିବା ଫଟୋରେ ଅର୍ଜୁନଙ୍କୁ ଅର୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି। ଅଜୁର୍ନ ସଂପୂର୍ଣ୍ଣ ଖାଲି ଦେହରେ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଅଙ୍ଗ ସମ୍ମୁଖରେ୍‌ ବାସ୍‌ ଏକ ତକିଆ ଥୁଆ ହୋଇଛି। ମଲାଇକା ଏହି ଫଟୋଟିକୁ ସେୟାର୍‌ କରି ସେଥିରେ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ମୋ ଅତି ନିଜର ଅଳସୁଆ ବାଳକ (ମାଇଁ ଭେରି ଓନ୍‌ ଲେଜି ବୟ)’।

ଏହି ପୋଷ୍ଟ୍‌ଟି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ମଲାଇକା ଅର୍ଜୁନଙ୍କର ଏପରି ବୋଲ୍‌ଡ ଫଟୋ ସେୟାର୍‌ କରିଥିବାରୁ କେହି କେହି ତାଙ୍କୁ ସମାଲୋଚନା ବି କରିଛନ୍ତି।

ଜଣେ ବ୍ୟବହାରକାରୀ ମଲାଇକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଏକ ପବ୍ଲିକ୍‌ ଆକାଉଣ୍ଟ୍‌ରେ ଏପରି ଫଟୋ ପୋଷ୍ଟ୍‌ କରିବା ବେଳେ ସେ ମଦ୍ୟପାନ କରିଥିଲେ କି? ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆମେ ବହୁତ କଷ୍ଟରେ ଅର୍ଜୁନଙ୍କୁ କପଡ଼ାରେ ଦେଖିକି ସହ୍ୟ କରୁଛୁ, ବିନା କପଡ଼ାରେ ତ ଆଦୌ ସମ୍ଭବ ନୁହେଁ।’

ମଲାଇକା ଏବଂ ଅର୍ଜୁନ ଗତ କିଛି ବର୍ଷ ହେବ ପରସ୍ପରଙ୍କୁ ଡେଟିଂ କରୁଛନ୍ତି। ଅବଶ୍ୟ, ଦୁଇ ବର୍ଷ ପୂର୍ବେ ଉଭୟ ନିଜ ସମ୍ପର୍କକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ମଧ୍ୟରେ ୧୨ବର୍ଷର ବୟସ ବ୍ୟବଧାନ ହେତୁ ଅନେକ ସମୟରେ ସେ ଦୁହେଁ ଟ୍ରୋଲ୍‌ର ଶିକାର ହୋଇଥାନ୍ତି।

ସମ୍ବନ୍ଧିତ ଖବର