ମଲ୍ଲାଇକାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରୁଥିଲେ ଡ୍ରାଇଭର, ଜାଣିବା ପରେ ଚାକିରିରୁ ବାହାର କଲେ

ମୁମ୍ବାଇ : ବଲିଉଡ୍‌ କଳାକାର ଅର୍‌ବାଜ୍‌ ଖାନ୍‌ ଏବଂ ମଲ୍ଲାଇକା ଆରୋରା ପରସ୍ପରଠାରୁ ଅଲଗା ହେବା ପରେ ଏବେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି । ଅର୍‌ବାଜ୍‌ ମଡେଲ ଜର୍ଜିଆଙ୍କୁ ଡେଟ୍‌ କରୁଥିବା ବେଳେ ମଲ୍ଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହୋଉଛି । ତେବେ ଏତେ ଦିନ ପରେ ମଲ୍ଲାଇକାଙ୍କୁ ତାଙ୍କ ଡ୍ରାଇଭରଙ୍କ ଅସଲ ଚେହେରା ଜାଣିବାକୁ ମିଳିଛି । ମଲ୍ଲାଇକାଙ୍କ ଡ୍ରାଇଭର ତାଙ୍କର ବ୍ୟକ୍ତିଗତ ତଥ୍ୟ ସବୁ ଲିକ୍‌ କରାଉଥିଲେ ବୋଲି ଜଣାପଡ଼ିଛି ।

jansatta.com

ସୂଚନା ମୁତାବକ, ଅର୍ଜୁନଙ୍କ ସହ ମଲ୍ଲାଇକା କୁଆଡ଼େ ଯାଉଥିଲେ କେଉଁଠି ସମୟ ବିତାଉଥିଲେ । ତାହା ସବୁ ବେଳେ ମିଡିଆ ପାଖକୁ ଆସି ଯାଉଥିଲା । ପ୍ରଥମେ ଏ ସବୁ ବିଷୟରେ ମଲ୍ଲାଇକା ବୁଝି ପାରି ନଥିବା ବେଳେ ପରେ ସେ ଏ ସବୁ ପଛର ମୁଖ୍ୟ ଅପରାଧୀକୁ ଧରି ପାରିଥିଲେ । ତାଙ୍କ ଗାଡ଼ି ଚଳାଉଥିବା ମୁକେଶ ମଲ୍ଲାଇକାଙ୍କ ସହ ଜଡ଼ିତ ସମସ୍ତ ସୂଚନା ନିଜ ଭାଇ ବବ୍‌ଲୁଙ୍କ ଜରିଆରେ ବାହାରକୁ ଲିକ୍‌ କରୁଥିଲେ ବୋଲି ମଲ୍ଲାଇକା ଜାଣିବାକୁ ପାଇଥିଲେ । ଏହା ପରେ ସେ ତୁରନ୍ତ ମୁକେଶଙ୍କୁ ଚାକିରିରୁ ବାହାର କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର